ETV Bharat / city

ଶିଶୁର କାନ୍ଦକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଏହି ରୋଗର କାରଣ

author img

By

Published : Jan 20, 2022, 10:36 PM IST

ଶିଶୁର ଅତ୍ୟଧିକ କାନ୍ଦିବାକୁ ଅଣଦେଖା କରନ୍ତୁ ନାହିଁ । କାରଣ ଆରିଥ୍‌ମିଆ ରୋଗ ଶିଶୁଟିର ଏଭଳି ବ୍ୟବହାରର କାରଣ ହୋଇପାରେ । AIIMS ଭୁବନେଶ୍ୱର ନବଜାତ ଶିଶୁ ନିଓନାଟୋଲୋଜି(neonatology) ବିଭାଗର ପ୍ରଫେସର ଏହା କହିଛନ୍ତି । ଅଧିକ ପଢ଼ନ୍ତୁ

ଶିଶୁର କାନ୍ଦିବାକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଏହି ରୋଗର କାରଣ... ଜାଣନ୍ତୁ

ଭୁବନେଶ୍ବର: ଯଦି ଜଣେ ଶିଶୁ ଘଣ୍ଟାଘଣ୍ଟା ଧରି ଲଗାତର କାନ୍ଦୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଆମ୍ଭମାନଙ୍କ ମଧ୍ୟରେ ଅଧିକାଂଶ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି । ଶିଶୁଟିର ପେଟ କାଟୁଥିବା, କାନ ଟାଣୁଥିବା ଭଳି ମନେ କରି ଏହାପ୍ରତି ଅଧିକ ଧ୍ୟାନ ଦେଇ ନଥାଉ । କିନ୍ତୁ ଶିଶୁଟି ପାଇଁ ଏହା ଅତି ବିପଜ୍ଜନକ ଆରିଥମିଆ ହୋଇପାରେ । ଶିଶୁମାନଙ୍କ ପାଇଁ ଏହି ରୋଗ ଅତି ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ । ଏଭଳି କ୍ଷେତ୍ରରେ ଶିଶୁକୁ ଷ୍ଟେଥୋସ୍କୋପ ସହାୟତାରେ ପରୀକ୍ଷା କରାଯିବା ସହିତ ହୃଦ୍‌ସ୍ପନ୍ଦନକୁ ମଧ୍ୟ ପରୀକ୍ଷା କରାଯିବା ଆବଶ୍ୟକ । ଏହାକୁ ନେଇ AIIMS ଭୁବନେଶ୍ୱର ନବଜାତ ଶିଶୁ ନିଓନାଟୋଲୋଜି(neonatology) ବିଭାଗର ପ୍ରଫେସର ଡାକ୍ତର ପଙ୍କଜ ମହାନ୍ତି ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱର AIIMSରେ ଜରୁରୀକାଳୀନ ପରିସ୍ଥିତିରେ ଆରଥ୍‌ମିଆରେ ଆକ୍ରାନ୍ତ ୨୫ ଦିନର ଶିଶୁ କନ୍ୟାର ଚିକିତ୍ସା ଅବସରରେ ଏହା କହିଛନ୍ତି ଡାକ୍ତର ମହାନ୍ତି । ଶିଶୁଟି ୩ ଦିନ ଲଗାତର କାନ୍ଦିବା ସହିତ କିଛି ଖାଉନଥିବା ନଜରକୁ ଆସିଥିଲା । ଏନେଇ ପରିବାର ବର୍ଗ ଶିଶୁ କନ୍ୟାଙ୍କୁ ଧରି ମଙ୍ଗଳବାର ରାତିରେ ଭୁବନେଶ୍ୱର AIIMS କୁ ଆଣିଥିଲେ । ଏହି ସମୟରେ ଶିଶୁକନ୍ୟାଜଣଙ୍କ ଗୁରୁତର ଅବସ୍ଥାରେ ରହିଥିଲା । AIIMS ଭୁବନେଶ୍ୱରକୁ ଆସିବା ପୂର୍ବରୁ ଶିଶୁର କୋଲିକ୍, ଓଟିଟିସ୍ କିମ୍ବା ସେପସିସ୍ ଭଳି ଚିକିତ୍ସା କରାଯାଇଥିଲା । ଶିଶୁ ବିଭାଗର ସହକାରୀ ପ୍ରଫେସର ଡାକ୍ତର ମହାନ୍ତିଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଶିଶୁର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ ।

ଏହି ସମୟରେ ଶିଶୁର ହୃଦ୍‌ସ୍ପନ୍ଦନ (heart rate) ୩ ଶହ ବିପିଏମ୍‌ରୁ ଅଧିକ ଥିବା ଜଣାପଡ଼ିଥିଲା । ସାଧାରଣତଃ ଶିଶୁ ମାନଙ୍କ କ୍ଷେତ୍ରରେ ଏହା ୧୪୦ ବିପିଏମ୍‌ ରହିଥାଏ । ଏନେଇ ଶିଶୁ କନ୍ୟାଟିର ତୁରନ୍ତ ଇସିଜି କରାଯାଇଥିଲା । ତେବେ ପରୀକ୍ଷା ପରେ ଶିଶୁକୁ ତୁରନ୍ତ NICUକୁ ନିଆଯାଇଥିଲା । ୨୪ ଘଣ୍ଟା ପରେ ଶିଶୁ ସ୍ବାଭାବିକ ହେବା ସହିତ ସୁସ୍ଥ ଅବସ୍ଥାକୁ ଫେରିଥିଲା । ଉନ୍ନତ ଚିକିତ୍ସା ଫଳରେ ଶିଶୁଟି ସ୍ତନ୍ୟପାନ ମଧ୍ୟ କରିଥିଲା ।

ପ୍ରାୟ ୩ ଦିନ ହେବ କିଛି ଖାଉନଥିବା ଶିଶୁକନ୍ୟା NICUରୁ ବାହାରି ଖାଇବା ସହିତ ସାଧାରଣ ବ୍ୟବହାର କରିଥିଲା । ଭୁବନେଶ୍ୱର AIIMSରେ ଚିକିତ୍ସା ପରେ ଶିଶୁ କନ୍ୟାଜଣଙ୍କ ବର୍ତ୍ତମାନ ସୁସ୍ଥ ଥିବା ସହିତ ମା’ କ୍ଷୀର ଖାଉଥିବା ଶିଶୁକନ୍ୟାଙ୍କ ପିତାମାତା ପ୍ରକାଶ କରିଛନ୍ତି ।

ଏହି ବିଷୟକୁ ନେଇ ଇଲେକ୍ଟ୍ରୋଫାଇଜୋଲୋଜି (electrophysiology) ଅଧ୍ୟୟନ କରାଯିବାକୁ ଯୋଜନା କରାଯାଇଛି । ଆବଶ୍ୟକ ପଡ଼ିଲେ ରେଡିଓ ଫ୍ରିକ୍ୱେନ୍ସି ଆବ୍ଲେସନ୍(radio frequency ablation) ମଧ୍ୟ କରାଯିବ ବୋଲି ଡାକ୍ତର ପଙ୍କଜ ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.