ETV Bharat / city

ଡେଲଟା ପ୍ଲସ ଭାରିଆଣ୍ଟକୁ ନେଇ ଚାଲିଛି ଅନୁଧ୍ୟାନ: DMET - ଡିଏମଇଟିଙ୍କ ପ୍ରତିକ୍ରିୟା

ତୃତୀୟ ଲହର ଓ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ବାବଦରେ ଡିଏମଇଟିଙ୍କ ପ୍ରତିକ୍ରିୟା । ଡେଲ୍ଟା ପ୍ଲସ ଭାରିଏଣ୍ଟକୁ ନେଇ ସବୁ ସ୍ତରରେ ଏବେ ଅନୁଧ୍ୟାନ ଚାଲିଛି । ଏହା କେତେ ସଂକ୍ରମଣ କରିବ, କେତେ ସିଭିୟରିଟି ହେବ ଓ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ କେତେ ରହିବ, ସେ ସବୁକୁ ନେଇ ଏବେ ଅନୁଧ୍ୟାନ ଚାଲିଛି ବୋଲି ଡିଏମଇଟି କହିଛନ୍ତି । ଅଧିକ ପଢନ୍ତୁ...

ଡେଲ୍ଟା ଭାଇରସକୁ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା

author img

By

Published : Jun 23, 2021, 1:18 PM IST

Updated : Jun 23, 2021, 1:26 PM IST

ଭୁବନେଶ୍ବର: ତୃତୀୟ ଲହର ଓ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ବାବଦରେ ଡିଏମଇଟିଙ୍କ ପ୍ରତିକ୍ରିୟା । କିଛି ରାଜ୍ୟରେ ପ୍ରାୟ 22ଟି ଡେଲଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହା ଡେଲଟା ଭାଇରସର ଏକ ମ୍ୟୁଟେସନ । ଡେଲ୍ଟା ପ୍ଲସ ଭାରିଏଣ୍ଟକୁ ନେଇ ସବୁ ସ୍ତରରେ ଏବେ ଅନୁଧ୍ୟାନ ଚାଲିଛି । ତେବା ଏହା କେତେ ସଂକ୍ରମଣ କରିବ, କେତେ ସିଭିୟରିଟି ହେବ ଓ ଟିକା ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ କେତେ ରହିବ, ସେ ସବୁକୁ ନେଇ ଏବେ ଅନୁଧ୍ୟାନ ଚାଲିଛି ।

ଡେଲ୍ଟା ଭାଇରସକୁ ନେଇ ଡିଏମଇଟିଙ୍କ ପ୍ରତିକ୍ରିୟା

କିଛି ଦେଶରେ ଏହି ଭାରିଏଣ୍ଟ ଦେଖା ଦେଇଥିବା ବେଳେ ଏବେ ଆମ ଦେଶର 3ଟି ରାଜ୍ୟରେ ଏହି ଭାରିଆଣ୍ଟ ଦେଖା ଦେଇଛି । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ ଅଛନ୍ତି ବୋଲି ଡିଏମଇଟି କହିଛନ୍ତି । ବିଶ୍ବରେ ଏବେ ମାତ୍ର ୨ ଶହଟି ଡେଲ୍ଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଛନ୍ତି । କୋଟି କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୨ ଶହଟି ସାମ୍ପଲ ଷ୍ଟଡି କରି କୌଣସି ନିର୍ଣ୍ଣାୟକ ସୂଚନା ଦେଇ ହେବ ନାହିଁ । ତେବେ ଲୋକମାନେ ଯଦି କୋଭିଡ ନିୟମ ସଠିକ ଭାବେ ମାନିବେ, ଡେଲଟାକୁ ବି ଏଡାଇ ଦିଆଯାଇ ପାରିବ ବୋଲି ସେ କହିଛନ୍ତି ।

ଏପଟେ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟୀକାକରଣକୁ ମଧ୍ୟ ଜୋରଦାର କରାଯାଉଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jun 23, 2021, 1:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.