ଭୁବନେଶ୍ବର: ଦେଶରେ ଏବେ କୋରୋନା ସଂକ୍ରମଣ ସେତେ ଅଧିକ ନଥିଲେ ବି କିଛି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖାଯାଉଛି। ଏହାକୁ ଆଖି ଆଗରେ ରଖି ଆଜି ଓଡ଼ିଶାର ସ୍ଥିତି କିଭଳି ରହିଛି, ସେନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି। ‘ଗଲା 7 ଦିନ ଭିତରେ ସଂକ୍ରମଣ 400 ରୁ 600 ଭିତରେ ରହୁଛି l
ସଂକ୍ରମଣ ବଢିବାରେ ଦୁଇଟି ସୂତ୍ର ହୋଇପାରେ, 1-ଲୋକମାନେ କିପରି ନିୟମ ମାନୁଛନ୍ତି । 2- ଆଉ ଗୋଟେ ଭାଇରସର ଗୁଣ ସୂତ୍ର ପରିବର୍ତ୍ତନ ହେବା l
ପୃଥିବୀର କେତୋଟି ଦେଶରେ ସଂକ୍ରମଣ ବଢିଛି । ହେଲେ ଓଡିଶାରେ ସଂକ୍ରମଣ ସ୍ଥିର ରହିଛି l ଯେପର୍ଯ୍ୟନ୍ତ କୋରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପର୍ଯ୍ୟନ୍ତ କଡାକଡି ନିୟମ ପାଳନ କରିବାକୁ ପଡିବ l ଟ୍ରାଭେଲ କ୍ଷେତ୍ରରେ ଯେହେତୁ ସେତେଟା କଟକଣା ନାହିଁ, ତେଣୁ ଏ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ l ଯେହେତୁ ଅନ୍ୟ ରାଜ୍ୟରେ ଅନ୍ୟ ଦେଶରେ ସଂକ୍ରମଣ ବଢୁଛି, ତେଣୁ ଓଡିଶାରେ ସର୍ଭିଲାନ୍ସକୁ ଆହୁରି ଅଧିକ କରିବାକୁ ପଡିବ l ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ବ ଦେବାକୁ ପଡିବ l ଆମେ ସବୁ କ୍ଷେତ୍ର ପାଇଁ ପ୍ରସ୍ତୁତ ଅଛୁ' ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ଭୁୂବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ