ETV Bharat / city

ନୂଆ ଭ୍ୟାରିଆଣ୍ଟକୁ ନେଇ DMETଙ୍କ ପ୍ରତିକ୍ରିୟା - ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆ ଭ୍ୟାରିଆଣ୍ଟ ସଂକ୍ରମିତଙ୍କୁ ଅଧିକ ଗୁରୁତର କରିବାର ଆଶଙ୍କା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଥିବା ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ...

ନୂଆ ଭ୍ୟାରିଆଣ୍ଟକୁ ନେଇ DMETଙ୍କ ପ୍ରତିକ୍ରିୟା

author img

By

Published : Sep 4, 2021, 3:48 PM IST

ଭୁବନେଶ୍ବର: କୋରୋନାର ନୂଆ ଭ୍ୟାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି DMET ସିବିକେ ମହାନ୍ତି । ନୂଆ ଭ୍ୟାରିଆଣ୍ଟର ଅଳ୍ପଗୁଣ ଚିହ୍ନଟ ହୋଇଛି । ଏହାର ସଂକ୍ରମଣ କ୍ଷମତା ବଢିପାରେ, ଯାହାକି ସଂକ୍ରମିତଙ୍କୁ ଅଧିକ ଗୁରୁତର କରିବ ବୋଲି ଆଶଙ୍କା ରହିଛି । ଏହା ଉପରେ ଆହୁରି ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଡିଏମଇଟି କହିଛନ୍ତି ।

ନୂଆ ଭ୍ୟାରିଆଣ୍ଟକୁ ନେଇ DMETଙ୍କ ପ୍ରତିକ୍ରିୟା

ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ମଧ୍ୟ ସତର୍କ କରାଇଛି । ଏହାକୁ ସଙ୍ଗଠନ ଭ୍ୟାରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି ମଧ୍ୟ କହିଛି । କିନ୍ତୁ ଏପର୍ଯ୍ୟନ୍ତ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ବା ଚିନ୍ତାଜନକ ବୋଲି କହିନାହିଁ । ତାହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି । ଆଗକୁ ସଂକ୍ରମଣ କ୍ଷମତା ବଢ଼ିପାରେ ବୋଲି କୁହାଯାଉଛି। ଅଧିକ ଗୁରୁତର ମଧ୍ୟ କରିବାର ଆଶଙ୍କା ରହିଛି । ମାତ୍ର ଏପର୍ଯ୍ୟନ୍ତ ଏହା ପ୍ରମାଣିତ ହୋଇନାହିଁ । ଏଣୁ ଏହା ଉପରେ ଅଧିକ ଗବେଷଣା ଓ ଅନୁଧ୍ୟାନର ଆବଶ୍ୟକତା ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଥିବା କହିଛନ୍ତି ଡିଏମଇଟି ।

ଡ଼ିଏମଇଟି ଆହୁରି କହିଛନ୍ତି ଯେ ଗୋଟିଏ ଆଚରଣ ବିଧି ଓ ଆଉ ଗୋଟିଏ ଆଚରଣ ପାଳନ। ତା ଭିତରେ ରହିବା ଦୂରତା ବର୍ତ୍ତମାନର ସ୍ଥିତିରେ ଦେଖିଲେ ଜଣାପଡୁଛି। ସରକାର ଲୋକଙ୍କ ପାଇଁ ନିୟମ କୋହଳ କଲେ । ଏ ସମୟରେ କିପରି ଭାବରେ ଆଚରଣ ବିଧି ରହିବା ଦରକାର ସେ ସମ୍ପର୍କରେ ଲୋକଙ୍କୁ ସଚେତନ କଲେ। କିନ୍ତୁ ରାସ୍ତାଘାଟ ଦେଖିଲେ ଲୋକ କୌଣସି ନିୟମ ମାନୁନାହାନ୍ତି ।

ସେପଟେ ଏହି ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ ହୋଇଥିଲା । ଯାହାକି କଲମ୍ବିଆରୁ ରିପୋର୍ଟ ହୋଇଛି । କଲମ୍ବିଆରେ ସମୁଦାୟ ସଂକ୍ରମିତରୁ 39 ପ୍ରତିଶତ ନୂଆ ଭାଇରସ ଦ୍ବାରା ସଂକ୍ରମିତ ହୋଇଛନ୍ତି । ଆଉ ଇକ୍ୟୁଡରରେ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସମଗ୍ର ବିଶ୍ବରେ ନୂଆ ଭାଇରସର ସଂକ୍ରମଣ ହାର ମାତ୍ର 0.1 ପ୍ରତିଶତ। ଅଗଷ୍ଟ 30 ତାରିଖରେ WHO ତାକୁ ଭାରିଏଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି ନାମକରଣ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.