ETV Bharat / city

ବିଶ୍ବକୁ କୋଭିଡମୁକ୍ତ କରିବାକୁ ଶ୍ରୀମନ୍ଦିରରେ ହେବ ଦେବ ଦୀପାବଳି - diya light programme

ଆସନ୍ତା ୧୫ ତାରିଖରେ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ପାଳନ ହେବ । କୋଭିଡ ମୁକ୍ତ ବିଶ୍ୱ ପାଇଁ ଏହି ଦିନ ସିଂହଦ୍ଵାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପଦାନ କରାଯିବ । ଅଧିକ ପଢନ୍ତୁ...

ବିଶ୍ବକୁ କୋଭିଡ ମୁକ୍ତ କରିବାକୁ ଶ୍ରୀମନ୍ଦିରରେ ହେବ ଦେବ ଦୀପାବଳି

author img

By

Published : Dec 6, 2020, 9:00 PM IST

ଭୁବନେଶ୍ବର: ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳି । କୋଭିଡ ମୁକ୍ତ ବିଶ୍ବ ପାଇଁ ସିଂହଦ୍ବାର ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ କରାଯିବ ଦୀପଦାନ । ଆସନ୍ତା 15 ତାରିଖରେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଶ୍ରୀମନ୍ଦିର ଛତିଶା ନିଯୋଗ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୀପଦାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଅଶୋକ ମହାପାତ୍ର ଏ ସମ୍ପର୍କରେ ପ୍ରକାଶ କରିଛନ୍ତି । ଛତିଶାନିଯୋଗର ନାୟକ ପାଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଏବଂ ସେବାୟତଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହେବାକୁ ଆଶାପୋଷଣ କରାଯାଇଛି ।

ବିଶ୍ବକୁ କୋଭିଡ ମୁକ୍ତ କରିବାକୁ ଶ୍ରୀମନ୍ଦିରରେ ହେବ ଦେବ ଦୀପାବଳି

ଗତ ଅକ୍ଟୋବର 1 ତାରିଖ ବ୍ୟାସ ପୂର୍ଣ୍ଣିମାଠାରୁ କୋଭିଡ ମୁକ୍ତ ବିଶ୍ବ ପାଇଁ ଅଗ୍ନିହୋତ୍ର ଯଜ୍ଞ ଲିଙ୍ଗରାଜ ମନ୍ଦିରର ନିକଟସ୍ଥ ବିନ୍ଦୁସାଗର ଠାରେ ଆରମ୍ଭ ହୋଇଛି । ଡିସେମ୍ବର 15 ତାରିଖ ଦିନ ପୁରୀ ସ୍ଥିତ ରାଣୀ ସତୀ ମନ୍ଦିରରେ ଅଗ୍ନିହୋତ୍ର ଯଜ୍ଞ କରାଯାଇ ବିଶ୍ବରେ ସମସ୍ତ କୋରୋନା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ । ଏହି ଦ୍ବୀପଦାନ ପାଇଁ 50 ଟିଣ ଘିଅ ଓ 600 ଟିଣ ତେଲ ବ୍ୟବହାର କରାଯିବ ।

ପୁରୀର ବିଶିଷ୍ଟ ବ୍ୟବସାୟୀ ରାଜକିଶୋର ପାତ୍ର ଦୀପଦାନ କାର୍ଯ୍ୟକର୍ମର ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି । ଏହି ଅବସରରେ ଓଡ଼ିଶାର ସବୁ ଜଗନ୍ନାଥ ମନ୍ଦିରରେ 15 ତାରିଖ ସନ୍ଧ୍ୟାରେ ଜଗନ୍ନାଥ ଭକ୍ତମାନେ ଦୀପଦାନ କରିବାକୁ ନିବେଦନ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.