ETV Bharat / city

ଦୀପାବଳି ପାଇଁ ବଜାରରେ ଜମୁଛି ଗ୍ରାହକଙ୍କ ଭିଡ - ଦୀପାବଳି ପାଇଁ ବଜାରରେ ଜମୁଛି ଗ୍ରାହକଙ୍କ ଭିଡ

ଆଲୋକର ପର୍ବ ଦୀପାବଳି ପାଳନ ପାଇଁ ବଜାରରେ ଜମୁଛି ଗ୍ରାହକଙ୍କ ଭିଡ । ଏଥିସହିତ ଗାଁ ଲୋକମାନେ ମଧ୍ୟ ପାଇଛନ୍ତି ରୋଜଗାରର ସୁବିଧା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Oct 26, 2019, 5:02 PM IST

ଭୁବନେଶ୍ବର: ରବିବାର ଆଲୋକର ପର୍ବ ଦୀପାବଳି । ଏହି ଦିନରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯିବ । ଓଡ଼ିଆ ପରମ୍ପରା ଅନୁସାରେ କାଉଁରିଆ କାଠିରେ ନିଆଁ ଜାଳି ବଡ଼ବଡୁଆଙ୍କୁ ଆବାହାନ କରାଯାଏ । ଏଥିସହିତ ଘରେ ଇଷ୍ଟଦେବଙ୍କ ପୂଜା କରିବା ସହିତ ମଉଳା ଶ୍ରାଦ୍ଧ ମଧ୍ୟ ଅର୍ପଣ କରାଯାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏଭଳି ଏକ ପବିତ୍ର ଦିନରେ ବିଭିନ୍ନ ପ୍ରକାର ପିଠାପଣା କରାଯିବା ସହ ଫଳମୂଳ ଭୋଗ ରୂପରେ ଅର୍ପଣ କରାଯାଏ । ଘର ଓ ଅଗଣାକୁ ଦୀପର ଆଲୋକରେ ଆଲୋକିତ କରାଯାଏ । ସେପଟେ ଦୀପାବଳିକୁ ନେଇ ବଜାରରେ କାଉଁରିଆ, ଦୀପ, ତେଲ, ଫଳ, ମୂଳ, ଆମ୍ବ ଡାଳ, ଦୁବ, ବରକୋଳି ପତ୍ର ଆଦି କିଣିବା ପାଇଁ ସହର ବାସିନ୍ଦାମାନେ ଦୋକାନୀଙ୍କ ନିକଟରେ ଭିଡ଼ ଜମାଇଛନ୍ତି ।

ଦୀପାବଳି ପାଇଁ ଆବଶ୍ୟକ ପୂଜା ସାମଗ୍ରୀ କେବଳ ଗାଁରେ ମିଳୁଥିବାରୁ ଗାଁ ଲୋକମାନେ ମଧ୍ୟ ରୋଜଗାରର ସୁବିଧା ପାଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାତି ପାହିଲେ ଦୀପର ପର୍ବ ଦୀପାବଳି।ପିତୃପୁରୁଷଙ୍କୁ ଏହି ଅବସରରେ ଆବାହାନ କରିବାର ପ୍ରଥା ଅତିତ ରୁ ପାଳନ ହୋଇଆସୁଛି।ଆଉ ଏହାକୁ ପାଳନ କରିବା ପାଇଁ ଏବେ ବି ବେଶ ଉତ୍ସାହ ରାଜଧାନୀର ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି।ତେଣୁ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକି ରାଜଧାନୀ ର ହାଟ ଓ ବଜାର ମାନଙ୍କରେ ବେଶ ଭିଡ଼ ଜମୁଥିବାର ପରିଲକ୍ଷିତ ହେଉଛି।

Body:ସାଧାରଣତଃ ଏହି ଦିନରେ ପୂର୍ବ ପୁରୁଷମାନଙ୍କ ପାଇଁ ପିଣ୍ଡଦାନ କରାଯିବା ସହିତ ଓଡ଼ିଆ ପରମ୍ପରା ଅନୁସାରେ କାଉଁରିଆ କାଠିରେ ନିଆଁ ଜାଳି ବଡ଼ ବଡୁଆଙ୍କୁ ଆବାହାନ କରାଯାଏ।ଏବଂ ଘରେ ଇଷ୍ଟଦେବଙ୍କ ପୂଜା କରିବା ସହିତ ମଉଳା ଶ୍ରାଦ୍ଧ ମଧ୍ୟ ଅର୍ପଣ କରାଯାଏ।ତେଣୁ ଘରେ ବିଭିନ୍ନ ପ୍ରକାର ପିଠାପଣା କରାଯିବା ସହିତ ଫଳମୂଳ ଭୋଗ ରୂପରେ ଅର୍ପଣ କରାଯାଏ।ଘର ଓ ଅଗଣାକୁ ଦୀପ ର ଆଲୋକରେ ଆଲୋକିତ କରାଯାଏ।ତେଣୁ ବଜାରରୁ କାଉଁରିଆ,ଦୀପ,ତେଲ,ଫଳ,ମୂଳ,ଆମ୍ବ ଡାଳ,ଦୁବ ,ବରକୋଳି ପତ୍ର ଆଦି କିଣିବା ପାଇଁ ସହର ବାସିନ୍ଦାମାନେ ଦୋକାନିମାନଙ୍କ ନିକଟରେ ଭିଡ଼ ଯମଉଥିବା ଦରଖିବାକୁ ମିଳୁଛି।ଏହି ସବୁ ସାମଗ୍ରୀ ସାଧାରଣତଃ ଗାଁ ରେ ମିଳୁଥିବାରୁ ଏଠାକୁ ବିକ୍ରି କରିବାକି ଆଣିଥିବା ଗାଁର ସାଧାରଣ ଲୋକମଧ୍ୟ କିଛି ଭଲ ରୋଜଗାର ର ସୁବିଧା ପାଇଥିବା ଦେଖିବାକୁ ମିଳିଛି
ବାଇଟ-ରାଜଧାନୀବାସୀ
ବାଇଟ-ଦୋକାନୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.