ETV Bharat / city

ଜୋର ଧରିଲା ନିରଞ୍ଜନ ହଟାଅ ଦାବି, ପିସିସି କାର୍ଯ୍ୟାଳୟ ସମ୍ମୁଖରେ କର୍ମୀଙ୍କ ବିକ୍ଷୋଭ

author img

By

Published : Oct 4, 2021, 9:26 PM IST

ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସ୍ବର ଉଠିବାରେ ଲାଗିଛି । ଅଧିକ ପଢ଼ନ୍ତୁ...

ଜୋର ଧରିଲା ନିରଞ୍ଜନ ହାଟଅ ଦାବି, ପିସିସି କାର୍ଯ୍ୟାଳୟ ସମ୍ମୁଖରେ କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ବର: ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସ୍ବର ଉଠିବାରେ ଲାଗିଛି । ପିପିଲି ଉପନିର୍ବାଚନରେ ଦଳ ଅମାନତ ହରେଇବାକୁ ନେଇ କଂଗ୍ରେସ ମୁଖିଆଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଦଳର ନେତା ଓ କର୍ମୀ । ଦଳର ଏଭଳି ସାଂଘାତିକ ବିପର୍ଯ୍ୟୟକୁ ସହଜରେ କେହି ଗ୍ରହଣ କରିପାରିନାହାନ୍ତି ।

ପିସିସି ମୁଖିଆ ପରିବର୍ତ୍ତନ ନହେଲେ ରାଜ୍ୟରେ କଂଗ୍ରେସ ମୂଳପୋଛ ହୋଇଯିବାର ଆଶଙ୍କା ରହିଥିବା ନେଇ ନିରଞ୍ଜନଙ୍କ ବିରୋଧରେ କେତେକ କର୍ମୀ ସ୍ବର ଉଠାଇଛନ୍ତି । ଖାଲି ପିସିସି ସଭାପତି ନୁହେଁ, ବରଂ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି କିଛି ନେତା । ପିପିଲିରେ କାହିଁକି କଂଗ୍ରେସର ଭୋଟ ହାର କମିଲା, କାହିଁକି ଅମାନତ ହରେଇଲା ଦଳ ଏଭଳି ପ୍ରଶ୍ନ ନେଇ ଅସନ୍ତୋଷ ମୁଣ୍ଡ ଟେକିଛି । କିଛି ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନ ଚାବି ପକାଇଥିବା ସୂଚନା ମଧ୍ୟ ମିଳିଛି ।

ଦଳର ପରାଜୟ ପାଇଁ ନିରଞ୍ଜନଙ୍କୁ ଦାୟୀ କରିଛନ୍ତି ଦଳର କର୍ମୀ । ନିରଞ୍ଜନ ଶାସକ ଦଳର ହାତ ବାରିସୀ ସାଜି ବିଜେଡିକୁ ସୁହାଇଲା ଭଳି ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି । ଦଳ ଘୋର ବିପର୍ଯ୍ୟୟ ପାଇଁ ନିରଞ୍ଜନଙ୍କୁ ଦାୟୀ କରିଛନ୍ତି କର୍ମୀ । ଅତିକ୍ରାନ୍ତ ବୟସ ଯୋଗୁଁ ନିରଞ୍ଜନ ଠିକ ଭାବରେ କାମ କରିପାରୁନାହାନ୍ତି ବୋଲି କହିଛନ୍ତି କର୍ମୀ ଓ ନେତା । ପିସିସି କମିଟିରେ ନିରଞ୍ଜନ ନିଜର ଲୋକଙ୍କୁ ବିଭିନ୍ନ ପଦପଦବୀରେ ରଖିଛନ୍ତି ଯାହା ଫଳରେ ଦଳ ଉଧେଇ ପାରୁନଥିବା ଅଭିଯୋଗ ହୋଇଛି । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ମଧ୍ୟ ପ୍ରଚାରକୁ ଟିକେ ସମୟ ଦେଲେନି । ତେଣୁ ଉଭୟଙ୍କୁ ତୁରନ୍ତ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ନରେଶ ମହାନ୍ତି ।

ସେପଟେ ପିସିସି ସଭାପତିଙ୍କୁ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି ନକହିଲେ ମଧ୍ୟ ପରୋକ୍ଷରେ ଅଧ୍ୟକ୍ଷା ସୋନିଆ ଓ ରାହୁଲ ଗାନ୍ଧୀଙ୍କ ଉପରେ ସବୁ ଦାୟିତ୍ୱ ବୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ଦଳର ହାଇ କମାଣ୍ଡ ଚାହିଁଲେ ସବୁ କିଛି ହେବ । ଯିଏ ଆସିବେ ତାଙ୍କ ସହ ପୂର୍ଣ୍ଣ ସମର୍ଥନରେ କାର୍ଯ୍ୟ କରିବୁ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.