ETV Bharat / city

ଯୁବ କଂଗ୍ରେସରେ ତେଜୁଛି ଅସନ୍ତୋଷ, ନିଲମ୍ବନକୁ ନେଇ ସଭାପତିଙ୍କୁ ଟାର୍ଗେଟ - ଯୁବ କଂଗ୍ରେସ ସଭାପତି

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରାଯିବା ପରେ ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନିଲମ୍ବିତ ସଦସ୍ୟ । କହିଲେ ଦଳରେ ନିୟମ ପାଳନ କରୁନାହାନ୍ତି ଖୋଦ ଯୁୁବ ସଭାପତି । ଅଧିକ ପଢନ୍ତୁ...

ଯୁବ କଂଗ୍ରେସରେ ତେଜୁଛି ଅସନ୍ତୋଷ, ନିଲମ୍ବନକୁ ନେଇ ସଭାପତିଙ୍କୁ ଟାର୍ଗେଟ

author img

By

Published : Aug 18, 2021, 8:05 PM IST

ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସର ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କୁ ନିଲମ୍ବିତ କରାଯିବା ପରେ ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ନିଲମ୍ବିତ ସଦସ୍ୟ । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଉରକେଲା କଂଗ୍ରେସର ୫ ଜଣଙ୍କୁ ରାଜ୍ୟ ଯୁବ କଗ୍ରେଂସ ସଭାପତି ନିଲମ୍ବନ କରିଛନ୍ତି। ଅନ୍ୟପଟେ ଦଳ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଦଳର ପ୍ରାଥମିକ ପଦରୁ ନିଲମ୍ବନ ହୋଇଥିବା କଂଗ୍ରେସର ଯୁଗ୍ମ ସମ୍ପାଦକ ପ୍ରବୋଧ ଦାସ ।

ଯୁବ କଂଗ୍ରେସରେ ତେଜୁଛି ଅସନ୍ତୋଷ, ନିଲମ୍ବନକୁ ନେଇ ସଭାପତିଙ୍କ ଉପରେ ବର୍ଷିଲେ ଜିଲ୍ଲା କାର୍ଯ୍ୟକର୍ତ୍ତା

ପ୍ରବୋଧ କହିଛନ୍ତି, ନିଜେ ଛାତ୍ର କଂଗ୍ରେସ ସଭାପତି ଦଳ ବିରୋଧୀ କାମ କରୁଛନ୍ତି । କଂଗ୍ରେସ ବାଇ-ଲ ବା ଦଳୀୟ ସମ୍ବିଧାନ ଅନୁସାରେ ୩୫ବର୍ଷରୁ ଅଧିକ ବୟସର ବ୍ୟକ୍ତି ଯୁବ କଗ୍ରେଂସରେ ଯୋଗ ଦେଇ ପାରିବେ ନାହିଁ । କିନ୍ତୁ ସଭାପତି ସ୍କୃତି ଲେଙ୍କା ୪୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଜଣେ ବ୍ୟକ୍ତିଙ୍କୁ ରାଉରକେଲା ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଦେଇଛନ୍ତି । ମନ ଇଚ୍ଛା ଦଳରୁ କର୍ମୀଙ୍କୁ ବାହାର କରି ପୁଣି ପଦ ପଦବୀରେ ରଖିବା ତାଙ୍କ ନିତିଦିନିଆ ଅଭ୍ୟାସ । ତେଣୁ ତାଙ୍କ ବିରୋଧରେ ଆଗାମୀ ଦିନରେ ପୁରା ଯୁବ କଂଗ୍ରେସ ଆନ୍ଦୋଳନ କରିବାକୁ ଯାଉଥିବା କହିଛନ୍ତି ପ୍ରବୋଧ । ଅନ୍ୟପଟେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ପ୍ରବୋଧଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.