ETV Bharat / city

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଏମଇଟି

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା, ଏ ଦିଗରେ ଅନୁସନ୍ଧାନ ହେବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଡିଏମଇଟି । ଅଧିକ ପଢନ୍ତୁ...

author img

By

Published : Jun 1, 2021, 2:53 PM IST

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା,ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଏମଇଟି

ଭୁବନେଶ୍ବର: କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା । ରୋଗୀମାନେ ହସ୍ପିଟାଲର ଚଟାଣରେ ଶୋଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଏ ଦିଗରେ ଅନୁସନ୍ଧାନ ହେବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏମଇଟି ।

ବାରିପଦା କୋଭିଡ ହସ୍ପିଟାଲରେ କୋଭିଡ ରୋଗୀ ଚଟାଣରେ ସୋଇଥିବାର ଭିଡିଓ ସୋମବାର ଭାଇରାଲ ହୋଇଥିଲା । ତେବେ ଏ ଦିଗରେ ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରିବ। ଯଦି ସରକାରଙ୍କ ନଜରକୁ ଆସେ ତେବେ ନିଶ୍ଚିତ ରୂପେ ସେ ଦିଗରେ ଅନୁସନ୍ଧାନ ହେବ ଏବଂ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ଦିନ ଟିମ ହସ୍ପିଟାଲ ତଦାରଖ ପାଇ ଯାଉଛନ୍ତି ସେହିଦିନ ହସ୍ପିଟାଲର ବ୍ୟବସ୍ଥା ଠିକ୍ ରହିଥିବା କହିଛନ୍ତି ଡ଼ି ଏମଇଟି ସିବିକେ ମହାନ୍ତି ।

ସୂଚନା ଅନୁଯାୟୀ, କୋଭିଡ ହସ୍ପିଟାଲର ବାଥରୁମ ଚଟାଣରେ ରୋଗୀ ପଡିଥିବାର ଦୃଶ୍ୟ ଭାଇରାଲ ହୋଇଥିଲା । ଯାହା ମୟୂରଭଞ୍ଜ ଜିଲ୍ଲାର ବାଙ୍କୀଷୋଳ ଠାରେ ଥିବା ଏକ କୋଭିଡ ହସ୍ପିଟାଲ । ଏଭଳି ଦୃଶ୍ୟ ଚିନ୍ତାଜନକ । ରାଜ୍ୟ ସରକାର କରୋନା ଚିକିତ୍ସାକୁ ନେଇ ବାରମ୍ବାର ନଜର ରଖୁଥିବାବେଳେ ଏବେ ଆସିଛି କୋଭିଡ଼ ହସ୍ପିଟାଲରେ ଭିତରର ଦୃଶ୍ୟ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.