ETV Bharat / city

୭ କୋଟିର ମାଲିକ କନେଷ୍ଟବଳ ପ୍ରସନ୍ନ, ଭିଜିଲାନ୍ସ ସ୍କାନରରେ କୁଜିନେତା ଓ ଖାକି ଅଫିସର - କନଷ୍ଟେବଳ ପ୍ରସନ୍ନ

କୋଟି କୋଟି ଟଙ୍କାର ମାଲିକ ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ । ପ୍ରସନ୍ନଙ୍କ ଟଙ୍କାର ହିସାବ ଖୁଲାସା ବେଳେ ଭିଜିଲାନ୍ସ ପାଇଛି ଏହି ବଡ ସୁରାକ । ମୋଟ ୬ କୋଟି ୯୭ଲକ୍ଷ ୧୫ହଜାର ଟଙ୍କାର ମାଲିକ ଥିଲେ ପ୍ରସନ୍ନ । ଅଧିକ ପଢନ୍ତୁ...

୭କୋଟିର ମାଲିକ କୋଟିପତି କନଷ୍ଟେବଳ ପ୍ରସନ୍ନ, ଭିଜିଲାନ୍ସ ସ୍କାନରରେ କୁଜିନେତା ଓ ଖାକି ଅଫିସର
୭କୋଟିର ମାଲିକ କୋଟିପତି କନଷ୍ଟେବଳ ପ୍ରସନ୍ନ, ଭିଜିଲାନ୍ସ ସ୍କାନରରେ କୁଜିନେତା ଓ ଖାକି ଅଫିସର୭କୋଟିର ମାଲିକ କୋଟିପତି କନଷ୍ଟେବଳ ପ୍ରସନ୍ନ, ଭିଜିଲାନ୍ସ ସ୍କାନରରେ କୁଜିନେତା ଓ ଖାକି ଅଫିସର
author img

By

Published : Nov 1, 2021, 1:46 PM IST

ଭୁବନେଶ୍ବର: ଭିଜାଲାନ୍ସ ଜାଲରେ ଛନ୍ଦି ହୋଇପଡିଲେଣୀ କୋଟିପତି କନେଷ୍ଟବଳ ପ୍ରସନ୍ନ । ଭିଜିଲାନ୍ସ ରେଡ ବେଳେ ପ୍ରସନ୍ନ ୭କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଜଣାପଡିଛି । ଯାହା ଆୟଠାରୁ ୨୨୧ ପ୍ରତିଶତ ଅଧିକ । ପ୍ରସନ୍ନଙ୍କ ଟଙ୍କାର ହିସାବ ଖୁଲାସା ବେଳେ ଭିଜିଲାନ୍ସ ପାଇଛି ଏହି ବଡ ସୁରାକ । ଏପରିକି ମୋଟ ୬କୋଟି ୯୭ଲକ୍ଷ ୧୫ହଜାର ଟଙ୍କାର ମାଲିକ ଥିଲେ ବୋଲି ଭିଜିଲାନ୍ସ ତରଫରୁ ସୂଚନା ମିଳିଛି । ପ୍ରସନ୍ନଙ୍କ ଏହି କଳା ସାମ୍ରାଜ୍ୟରେ ଭାଗିଦାରି ଥିବା କିଛି କୁଜିନେତା ଓ ଖାକି ଅଫିସର ଏବେ ଭିଜିଲାନ୍ସ ସ୍କାନରରେ । କିପରି ପ୍ରସନ୍ନ ସାଜିଥିଲେ କଳା ଟଙ୍କାର ଧଳା ସୌଦାଗର । ଆଉ ସଞ୍ଚିଥିଲେ ଆୟ ଠାରୁ ଅଧିକ ପରିମାଣର ଧନ। ସେନେଇ ଭିଜିଲାନ୍ସ ମଧ୍ୟ ଛାନଭିନ ଜାରି ରଖିଛି ।

୭କୋଟିର ମାଲିକ କୋଟିପତି କନଷ୍ଟେବଳ ପ୍ରସନ୍ନ, ଭିଜିଲାନ୍ସ ସ୍କାନରରେ କୁଜିନେତା ଓ ଖାକି ଅଫିସର
୭କୋଟିର ମାଲିକ କୋଟିପତି କନଷ୍ଟେବଳ ପ୍ରସନ୍ନ, ଭିଜିଲାନ୍ସ ସ୍କାନରରେ କୁଜିନେତା ଓ ଖାକି ଅଫିସର

ତେବେ ପ୍ରସନ୍ନ ସଞ୍ଚୟ କରିଥିବା ଟଙ୍କାରେ ଭାଗିଦାର‌ ମଧ୍ୟ ସାଜିଛନ୍ତି ପରିବାର‌ଲୋକ। ଏନେଇ ପରିବାର ଲୋକଙ୍କୁ ସ୍କାନରକୁ ନେଇଛି ଭିଜିଲାନ୍ସ । ସେମାନଙ୍କୁ ମଧ୍ୟ ଖୁବଶିଘ୍ର ଗିରଫ କରାଯିବା ନେଇ ବିଶେଷ ସୁତ୍ରୁ ଜଣାପଡିଛି । ଜବତ ହୋଇଥିବା ୨୧ ଆକାଉଣ୍ଟ ରୁ ଖୋଲିଛି ଏମିତି ଗୁମର। ଯାହାକୁ ନେଇ ସ୍କାନରରେ ଏବେ ଏକାଧିକ ଓଡିଶା ସ୍ତରର ଖାକି ଅଫିସର। ଯାହାଙ୍କ ଉପରେ ନଜର ପକାଇବା ଆରମ୍ଭ କଲାଣି ଭିଜିଲାନ୍ସ ।

କେତେବେଳେ କେଉଁ ସମୟରେ ବି ଓଡିଶା ସ୍ତରର ଏହି ଖାକି ଅଫିସରଙ୍କ ଘରେ ରେଡ ଓ ଟ୍ରାପ ମଧ୍ୟ ହୋଇପାରେ । କାରଣ ସେସବୁ ଅଫିସରଙ୍କ କଚା ଚିଠା ଏବେ ଭିଜିଲାନ୍ସ ହାତରେ । ଯାହାକୁ ସିଧାସଳଖ ମନିଟର କରୁଛନ୍ତି ଭିଜିଲାନ୍ସ ସିନିୟର ଅଫିସର । ଏମାନଙ୍କ ଲିଷ୍ଟ ପ୍ରସ୍ତୁତ କରି ଗୃହ ବିଭାଗକୁ ପଠାଇବା ପାଇଁ ଯୋଜନା‌ ଚାଲିଛି । ପିସି ଆକ୍ଟକୁ ନେଇ ସରକାର ଜିରୋ ଟଲେରାନ୍ସ ନିତି ଆପଣାଇଥିବା ବେଳେ ଲାଞ୍ଚୁଆ ଅଫିସରଙ୍କୁ ଡିସମିସ ଓ ଗିରଫ କରିବାର ପୁର୍ବରୁ ନଜିର‌ ରହିଛି । ତେବେ ଏହି ଘଟଣା ପରଠୁ ଏବେ ଏସବୁ କାରବାର କରୁଥିବା ଅଫିସରଙ୍କ ମଧ୍ୟରେ ଛନକା ପଶିଲାଣି । ଯେକି ସରକାରି ଚାକିରିରେ ଥାଇ ମଧ୍ୟ ପ୍ରସନ୍ନ ଜରିଆରେ କଳା ଟଙ୍କାକୁ ଧଳା କରୁଥିଲେ ।

ଏପରିକି ଭିଜିଲାନ୍ସ ଜାଣିବାକୁ ପାଇଛି ଫର୍ନିଚର ସୋରୁମ ସାଜିଥିଲା ଏହି କଳା ଟଙ୍କା ପଛର ମୁଖ୍ୟ ସୋର୍ସ । ଏହା ହେଉଥିଲା ପ୍ରସନ୍ନଙ୍କ ସମ୍ପତି ଠୁଳ ପଛର‌କାରଣ । ଏପରିକି ସୋରୁମରୁ ମିଳୁଥିବା ପ୍ରସନ୍ନଙ୍କ ଡାଏରୀରୁ ମିଳିଛି କିଛି ଏମିତି ଖାକି ଅଫିସରଙ୍କ ଲିଷ୍ଟ । ଯେଉଁମାନେ ପ୍ରସନ୍ନଙ୍କ ସହ ଥିଲେ କଳା ଟଙ୍କା କରବାର ପଛର ସୁତ୍ରଧର। ଏପରିକି ଗୋଟିଏ ସୋଫାର ଦାମ ୧ଲକ୍ଷ ଥିଲେ ପ୍ରସନ୍ନ ବିଲ କରୁଥିଲେ ଦେଢ ଲକ୍ଷ । ଅର୍ଥାତ ବାକି ୫୦ହଜାର ଥିଲା କଳା ଟଙ୍କା ଯାହା ଏଠାରେ ହେଉଥିଲା ଲାଭ ଆଳରେ ଧଳା । କାରଣ ସୋରୁମରେ ଥିବା ସାମଗ୍ରୀ ଓ ବିଲ ହେଉଥିବା ରିସପ୍ଟ ଭିତରେ ତାଳମେଳ ପାଉନାହାନ୍ତି ଭିଜିଲାନ୍ସ ଅଧିକାରି। ମାର୍କେଟ ପ୍ରାଇସ ଠାରୁ ଅଧିକ ଦାମରେ ବିକ୍ରି ହେଉଥିଲା ଘରକରଣା ସାମଗ୍ରୀ। ଗ୍ରାହାକ ଥିଲେ କିଛି ବିଲଡର , ମଲ ମାଲିକ ଓ ପେଟ୍ରୋଲପମ୍ପ ମାଲିକ ସହ ଇଣ୍ଡଷ୍ଟ୍ରି ଆଲିଷ୍ଟ ବାର ମାଲିକ। ତେବେ କେବଳ ଭୁବନେଶ୍ଵରରେ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ବ୍ୟବସାୟୀ ,କଣ୍ଟ୍ରାକ୍ଟର ଓ ଜମି ମାଫିଆ ଥିଲେ ପ୍ରସନ୍ନଙ୍କ ଗ୍ରାହକ।

ଗ୍ରାହକ ଆସୁଥିଲେ ସେଭଳି ଦୁର୍ନିତୀ ଖୋର‌ ଅଫିସରଙ୍କ ଇସାରାରେ । ଯିଏ ଦେଉଥିଲେ ପ୍ରସନ୍ନଙ୍କୁ ସୁରକ୍ଷା। ଚାକିରିଠୁ ଆରମ୍ଭ କରି କଳାକାରଵାର ସବୁ ପ୍ରୋତ୍ସାହନ ଦେଉଥିଲେ ସେହି ଅଫିସର। ଯାହାଙ୍କ ପାଇଁ ପ୍ରସନ୍ନ ନା ଥାନାରେ ଡ୍ୟୁଟି କରୁଥିଲେ ନା ପୋଲିସ କନେଷ୍ଟବଳ କାମ କରୁଥିଲେ। ସିନିୟର ଅଫିସରଙ୍କ ପାଇଁ ପ୍ରସନ୍ନ ଥିଲେ ସେମାନଙ୍କର ଧଳା ଟଙ୍କାର ସୌଦାଗର। ଡାଏରିରୁ ମିଳିଛି ଏମିତି କିଛି ଅଫିସରଙ୍କ ତଥ୍ୟ। ଯାହା ସମ୍ପର୍କରେ ତଦନ୍ତ ଆଳରେ ସାର୍ବଜନୀନ କରୁନାହାନ୍ତି ଭିଜିଲାନ୍ସ ଅଫିସର । ଗିରଫ‌ହୋଇ ଜେଲରେ ଥିବାରୁ ପ୍ରସନ୍ନଙ୍କୁ ସେହି ସବୁ ଅଫିସରଙ୍କ ଲିଙ୍କ ଓ କୁଜି‌ନେତା ଲିଙ୍କ ଜାଣିବା ପାଇଁ ରିମାଣ୍ଡ ରେ ନେବାକୁ ଯୋଜନା କରୁଛି ଭିଜିଲାନ୍ସ। ମିଳିଥିବା ସମ୍ପତି ତାଲିକାରେ ଡୁମୁଡୁମାରେ ସାଢେ ତିନି କୋଟିର ସ୍ପାର୍କ ଫର୍ଣ୍ଣିଚର ସୋରୁମ, ସୁନ୍ଦରପଦାରେ ୨୪ଲକ୍ଷର ଫ୍ଲାଟ, ନୁଆପଡା ଖୋର୍ଦ୍ଧାରେ ୪୫ଲକ୍ଷର ପ୍ଲଟ ସହ ଦୁଇଟି ଦାମି କାର ଓ ଦୁଇଟି ବାଇକ ସମେତ ୨୧ଟି ବ୍ୟାଙ୍କ ଆକାଉଣ୍ଟ ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.