ETV Bharat / city

ଥଣ୍ଡାଜ୍ବର ଥିଲେ ସ୍କୁଲ ଆସନ୍ତୁନି: ସ୍ବାସ୍ଥ୍ୟବିଭାଗ

author img

By

Published : Jul 6, 2022, 1:58 PM IST

ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଥିବା ଯୋଗୁଁ ପିଲାଙ୍କ ମଧ୍ୟରେ ଥଣ୍ଡାଜ୍ବର ଦେଖିବାକୁ ମିଳିଛି। ଫଳରେ 20 ରୁ 30 ପ୍ରତିଶତ ପିଲା ସ୍କୁଲ ଆସୁନାହାନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢ଼ନ୍ତୁ

Director of Public Health Niranjan Mishra said on fever and cold
ଥଣ୍ଡାଜ୍ବର ଥିଲେ ସ୍କୁଲ ଆସନ୍ତୁନି: ସ୍ବାସ୍ଥ୍ୟବିଭାଗ

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବର୍ଷା ଲାଗିରହିଥିବା ଯୋଗୁଁ ପିଲାଙ୍କ ମଧ୍ୟରେ ଥଣ୍ଡାଜ୍ବର ଦେଖିବାକୁ ମିଳିଛି। ଫଳରେ 20 ରୁ 30 ପ୍ରତିଶତ ପିଲା ସ୍କୁଲ ଆସୁନାହାନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି," ସବୁ ଜ୍ୱର କରୋନାର ଲକ୍ଷଣ ନୁହେଁ । ତଥାପି ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ସ୍କୁଲ ଆସନ୍ତୁନାହିଁ। ଘରେ ଅଲଗା ରୁହନ୍ତୁ ସୁରକ୍ଷିତ ରୁହନ୍ତୁ। ତେବେ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ବଢିବା ସହ ଛୋଟପିଲା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହି 7 ଦିନର ତଥ୍ୟ ଦେଖିଲେ 0 ରୁ 18 ବର୍ଷ ମଧ୍ୟରେ ମଙ୍ଗଳବାର 53 ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି 4 ତାରିଖରେ 41 ଜଣ, 3 ତାରିଖରେ 49 ଜଣ, 2 ତାରିଖରେ 30 ଜଣ ଓ 1 ତାରିଖରେ 18 ଜଣ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ପ୍ରଥମ ଲହର ଆରମ୍ଭ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ 0 ରୁ 18 ବର୍ଷ ମଧ୍ୟରେ 120033 ଜଣ ଆକ୍ରାନ୍ତ ହୋଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.