ETV Bharat / city

କୋରୋନା ଲକ୍ଷଣ ଥିଲେ ରଥଯାତ୍ରାକୁ ଆସନ୍ତୁ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jun 30, 2022, 5:56 PM IST

କୋରୋନା ଲକ୍ଷଣ ଥିଲେ ରଥଯାତ୍ରା ସମୟରେ ପୁରୀ ଆସନ୍ତୁ ନାହିଁ । ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

କୋରୋନା ଲକ୍ଷଣ ଥିଲେ ରଥାଯାତ୍ରାକୁ ଆସନ୍ତୁ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ପୁଣି ଉପରମୁହାଁ ହୋଇଛି କୋରୋନା । ଦେଶରେ ସଂକ୍ରମଣ ବଢିବା ସହ ଓଡିଶାରେ ମଧ୍ୟ ଦୈନିକ ମାମଲା ବୃଦ୍ଧି ପାଉଛି । ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସଂକ୍ରମଣ ରୋକିବା ନେଇ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କୋରୋନା ଲକ୍ଷଣ ଥିଲେ ରଥଯାତ୍ରା ସମୟରେ ପୁରୀ ଆସନ୍ତୁ ନାହିଁ । ମାସ୍କ ପିନ୍ଧନ୍ତୁ, ଯଦି ପାଖରେ ମାସ୍କ ନାହିଁ ତାହାହେଲେ ମୁହଁରେ କପଡା ବାନ୍ଧିବାକୁ ଏବଂ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ସେ କହିଛନ୍ତି ।

ବଢୁଛି ସଂକ୍ରମଣ: ମାସ୍କ ପିନ୍ଧିବାକୁ, ବାହାରେ ଛେପ ନ ପକାଇବାକୁ ପରାମର୍ଶ

ମହାରାଷ୍ଟ୍ର, କେରଳ ଭଳି ରାଜ୍ୟରେ ସଂକ୍ରମଣ ହାର ଅଧିକ ରହିଛି । ମୁଖ୍ୟତଃ ସହରାଞ୍ଚଳରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ହେଲେ ଆଶ୍ବସ୍ତିକର ବିଷୟ, ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ରହୁଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମାତ୍ର 8 ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ କୋରୋନା ଲକ୍ଷଣ ନ ଥିଲେ ଟେଷ୍ଟ କରିବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ଲକ୍ଷଣ ଥାଏ ତେବେ ଯଥାଶୀଘ୍ର ଟେଷ୍ଟ କରାଇବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି(ବୁଧବାର) ରାଜ୍ୟରେ 161 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ 155 ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 91 ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଏବଂ 64ଟି ସ୍ଥାନୀୟ ସଂକ୍ରମଣ ରହିଛି । ସଂକ୍ରମିତଙ୍କ ଭିତରେ 16 ଜଣ କିଶୋର-କିଶୋରୀ ଥିବା ଜଣାଯାଇଛି । ଆଜି ରାଜ୍ୟର 17ଟି ଜିଲ୍ଲାରୁ 155 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ 13ଟି ଜିଲ୍ଲାରେ ସଂକ୍ରମଣର ସୂଚନା ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.