ଭୁବନେଶ୍ବର: ଭୁବନେଶ୍ବରରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଓ ଜୟ ରାମ ରମେଶ । ଉଭୟ ନେତା ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି କଂଗ୍ରେସ ଭବନରେ ହେବାକୁ ଥିବା ଭାରତ ଯୋଡ ବୈଠକରେ ଯୋଗ ଦେବେ ଉଭୟ ନେତା । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାର ସଫଳତାକୁ ଓଡ଼ିଶାରେ ପହଞ୍ଚାଇବାକୁ ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ ।
ରାଜ୍ୟରେ କେଉଁ ଅଞ୍ଚଳରେ ହେବ ଭାରତ ଯୋଡ ଯାତ୍ରା ଏବଂ କେଉଁ ନେତା ଉପସ୍ଥିତ ରହିବେ ସେନେଇ ଆଲୋଚନା ହେବ । ବୈଠକରେ ପ୍ରଭାରୀ ଚେଲା କୁମାର ସଭାପତି ଶରତ ପଟନାୟକଙ୍କ ସହ ସମସ୍ତ ବରିଷ୍ଠ ନେତା ଯୋଗ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର