ଭୁବନେଶ୍ବର: ଥିଲେ ଦିଅ ନ ଥିଲେ ନିଅ, ଏହିଭଳି ଭିନ୍ନ ପ୍ରୟାସ ମାଧ୍ୟମରେ ଲୋକଙ୍କୁ ଶୀତ ବସ୍ତ୍ର ବାଣ୍ଟିବାର ଆଭିଯାନ ଆରମ୍ଭ କରାଯାଇଛି । ଏହାର ମଙ୍ଗ ଧରିଛି ରାଜଧାନୀର ଉଡ୍ର। ଚାରିଟେବୁଲ ଟ୍ରଷ୍ଟ । ଭୁବନେଶ୍ବର ସ୍ଥିତ ବାପୁଜୀ ନଗରର ଏକ ପ୍ୟାରିସ ବେକେରୀ ଠାରେ ଏହାକୁ ଉଦଘାଟନ କରାଯାଇଛି। ଲୋକଙ୍କ ପାଖରେ ଥିବା ବଳକା ଶୀତ ବସ୍ତ୍ର ଏଠାରେ ଦେବା ସହ ଯଦି ଦରକାର ପଡିବ ନେଇ ମଧ୍ୟ ପାରିବ ।
ନବବର୍ଷରୁ ଅର୍ଥାତ 2 ତାରିଖ ଠାରୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପେନ ଚାଲିବ । ଉଦଘାଟନ କାର୍ଯ୍ୟକ୍ରମରେ ଅଭିନେତା ଆକାଶ ଦାସ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତ ରାୟ, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ