ETV Bharat / city

ରାଜଧାନୀର ଭିନ୍ନ ମଣିଷ, ଏମାନଙ୍କ ଉପରେ ପଡିନାହିଁ ସଟଡାଉନର ପ୍ରଭାବ

ଦୁଇ ଦିନ ଧରି ଓଡ଼ିଶାର 3ଟି ସହରକୁ ସଟଡାଉନ କରାଯାଇଛି । ହେଲେ ରାଜଧାନୀର ବିଭିନ୍ନ ସ୍ଥାନରେ ଫୁଟଫାତରେ ଜୀବନ ବିତାଉଥିବା ଲୋକଙ୍କ ଏମିତି ସ୍ଥିତିରେ କେମିତି କଟୁଛି ସମୟ ଆସନ୍ତୁ ଜାଣିବା ।

shutdown
ରାଜଧାନୀର ଭିନ୍ନ ମଣିଷ
author img

By

Published : Apr 5, 2020, 10:04 PM IST

Updated : Apr 6, 2020, 10:25 AM IST

ଭୁବନେଶ୍ବର: ରାଜ୍ୟରେ 39 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ରାଜ୍ୟ ସରକାର । ଚାରିଆଡେ କୋରୋନାର ଆତଙ୍କ । ଆଉ ଏଭଳି ପରିସ୍ଥିତିରେ ଏହାକୁ ରୋକିବାକୁ ରାଜ୍ୟରେ ଭୁବନେଶ୍ବର, କଟକ ଓ ଭଦ୍ରକ ତିନୋଟି ସହରକୁ 48 ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଥିଲା । ଯାହାକୁ ନେଇ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଥିଲେ । ହେଲେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଉପରେ ଲକଡାଉନ ହେଉ କି ସଟଡାଉନ କାହାର ବି ପ୍ରଭାବ ପଡିନାହିଁ । ଏପରିକି କଣ ଖାଉଛନ୍ତି କିଭଳି ରହୁଛନ୍ତି, ସମାଜରେ କଣ ଘଟିଲା ସେ ସମସ୍ତ କଥା ଜାଣିବା ପରେ ବି କିଛି ଫରକ ପଡେ ନାହିଁ ।

ରାଜଧାନୀର ଭିନ୍ନ ମଣିଷ

ଗତ 2 ଦିନ ଧରି ଓଡ଼ିଶାର 3 ଟି ସହରକୁ ସଟଡାଉନ କରାଯାଇଥିଲା । ସଟଡାଉନ ଯୋଗୁଁ ସାଧାରଣ ଜୀବନଯାପନ ଠପ୍‌ ହୋଇଥିବା ବେଳେ ଚିନ୍ତା କରନ୍ତୁ ରାଜଧାନୀର ବିଭିନ୍ନ ସ୍ଥାନରେ ଫୁଟଫାତରେ କାଳାତିପାତ କରୁଥିବା ଲୋକଙ୍କ କଥା । ବିଶେଷ କରି ଏମାନେ ମୂଲ ଲାଗି କିମ୍ବା ଭିକ୍ଷାବୃତ୍ତି କରି ଜୀବନ ଅତିବାହିତ କରିଥାନ୍ତି । କିନ୍ତୁ ବର୍ତ୍ତମାନର ଲକଡାଉନ ଓ ସଟଡାଉନର ସମୟରେ ସେମାନଙ୍କ ଜୀବନ କାଟୁଛି, କେମିତି ରହୁଛନ୍ତି, କଣ ଖାଉଛନ୍ତି, ସେମାନଙ୍କ ସହ ପୋଲିସ କିଭଳି ବ୍ୟବହାର କରୁଛି ତାହା ଏକ ବଡ ପ୍ରଶ୍ନ ।

ତେବେ ଜଣେ ଭିକ୍ଷାବୃତ୍ତି କରି ଚଳୁଥିବା ଜଣେ ଯୁବକ ନିଜ ଅନୁଭବକୁ ବଖାଣିଛନ୍ତି । କିଛି ବର୍ଷ ତଳେ ଟ୍ରେନରେ ତାଙ୍କର ଏକ ଗୋଡ କଟିଯାଇଥିଲା । ସେ ଏବେ ଭୁବନେଶ୍ବରରେ ରହି ଭିକ୍ଷାବୃତ୍ତି କରୁଛନ୍ତି । ବର୍ତ୍ତମାନ ସମୟରେ ତାଙ୍କ ପାଖରେ ଖାଇବା ପାଇଁ ଟଙ୍କା ପଇସା ନାହିଁ କି କେହି ବି ଖାଇବାକୁ ଦେଉନାହାନ୍ତି । ଯଦି ପୋଲିସ ବା ଅନ୍ୟ କେହି ଖାଦ୍ୟ ଦିଅନ୍ତି ତାହେଲେ ସେ ଖାଇଥାନ୍ତି । ନହେଲେ ସେମିତି ଉପବାସ ରହିଥାନ୍ତି।

ସେହିଭଳି ଭାବରେ ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡରେ ପାଖାପାଖି 300 ଲୋକ ରହିଥିବା ବେଳେ ସେମାନେ ରୋଷେଇ କରନ୍ତି, ଖାଇଥାନ୍ତି ମଧ୍ୟ । ସଟଡାଉନରେ କଣ ଘଟୁଛି ସେନେଇ କୌଣସି ଜ୍ଞାନ ନାହିଁ ସେମାନଙ୍କ ପକ୍ଷରେ । ସେହିପରି ରାଜଧାନୀର ଅନେକ ସ୍ଥାନରେ ଏପରି ଅନେକ ଲୋକ ରହିଥାନ୍ତି ରାସ୍ତା କଡରେ। ସେମାନଙ୍କ ଉପରେ ଫରକ ପଡିନି ସଟଡାଉନକୁ ନେଇ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟଭି ଭାରତ

Last Updated : Apr 6, 2020, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.