ETV Bharat / city

OdishaAssembly: ରାୟଗଡାରେ ବ୍ୟାପିଛି ଝାଡାବାନ୍ତି, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ

author img

By

Published : Jul 15, 2022, 7:47 PM IST

Updated : Jul 15, 2022, 8:42 PM IST

ରାୟଗଡାରେ ମହାମାରୀ ସାଜୁଛି ଝାଡାବାନ୍ତି । 4 ମୃତ, 50 ରୁ ଅଧିକ ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ । ଅଧିକ ପଢନ୍ତୁ

OdishaAssembly ରାୟଗଡାରେ ବ୍ୟାପିଛି ଝାଡାବାନ୍ତି, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ

ଭୁବନେଶ୍ବର: ରାୟଗଡାରେ ମହାମାରୀ ସାଜୁଛି ଝାଡାବାନ୍ତି । 4 ମୃତ, 50 ରୁ ଅଧିକ ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି । ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ ।

ରାୟଗଡାରେ ବ୍ୟାପିଛି ଝାଡାବାନ୍ତି, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ବିଧାୟକ

କୋଭିଡ ସାଙ୍ଗକୁ ଝାଡାବାନ୍ତି ଓ ଜ୍ୱର ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପିବାରେ ଲାଗିଛି । ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି । ଆବଶ୍ୟକୀୟ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି । ଏହା ସହ ଆମ୍ବୁଲାନ୍ସ ସୁବିଧା ମଧ୍ୟ ନାହିଁ । ସେଥିପାଇଁ ତୁରନ୍ତ ଟେଷ୍ଟିଂ ସହ ଚିକିତ୍ସା ଯୋଗାଇ ଦେବାକୁ ଦାବୀ କରିଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ।

ରାୟଗଡା ନିର୍ବାଚନ ମଣ୍ଡଳୀର ରାୟଗଡା ବ୍ଲକ, କାଶୀପୁର ଓ ଟିକିରି ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଛି । 4 ଜଣଙ୍କର ମୃତ୍ୟୁ ଓ 50ରୁ ଅଧିକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 15, 2022, 8:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.