ETV Bharat / city

୫ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳିଗିରି

author img

By

Published : Aug 26, 2021, 4:30 PM IST

5 ମାସ ପରେ ଖୋଲିଛି ଧଉଳିଗିରିର ଶାନ୍ତିସ୍ତୁପ । ଏନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଅଧିକ ପଢନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି ଶାନ୍ତିସ୍ତୁପ

ଭୁବନେଶ୍ବର: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ଜୁଆରରେ ଭଟ୍ଟା ପଡିଲା ପରେ ଧିରେଧିରେ ପରିସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରୁଛି । ରାଜ୍ୟରେ ସ୍କୁଲ, କଲେଜ, ଦେବାଳୟ ପରେ ଏବେ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଖୋଲିଛି । ଏହିକ୍ରମରେ ଦୀର୍ଘ 5 ମାସ ପରେ ଖୋଲିଛି ଧଉଳିଗିରିର ଶାନ୍ତିସ୍ତୁପ । ଏନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

କୋରୋନା କଟକଣା ମଧ୍ୟରେ ଧଉଳିଗିରିରେ ପର୍ଯ୍ୟଟକଙ୍କ ପ୍ରବେଶକୁ ଅନୁମତି ଦିଆଯାଇଛି । ଶାନ୍ତିସ୍ତୁପ ଖୋଲିବା ନେଇ ଅଗଷ୍ଟ 23ରୁ ପ୍ରଶାସନ ପକ୍ଷରୁ ମିଳିସାରିଥିଲା ଅନୁମତି । ତେବେ ସାନିଟାଇଜର ବ୍ୟବହାର ସହିତ ମାସ୍କ ପରିଧାନ କରି ଶାନ୍ତିସ୍ତୁପ ପରିଭ୍ରମଣ କରିପାରିବେ ।

ଶାନ୍ତିସ୍ତୁପ ଖୋଲିବା ପରେ ପର୍ଯ୍ୟଟକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି । ପୁନର୍ବାର ଧଉଳିଗିରିରେ ଲାଇଟ ଆଣ୍ଡ୍‌ ସାଉଣ୍ଡ ସୋ'ର ମଜା ନେଇପାରିବେ ପର୍ଯ୍ୟଟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.