ETV Bharat / city

ଝାରସୁଗୁଡାରେ ESIC ଉପଆଞ୍ଚଳିକ କେନ୍ଦ୍ର ଓ ୧୨ ନୂଆ ଡିସପେନସାରୀ ଖୋଲିବା ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

author img

By

Published : Sep 29, 2021, 9:17 PM IST

ଝାରସୁଗୁଡାରେ ଇଏସଆଇସିର ଉପଆଞ୍ଚଳିକ କେନ୍ଦ୍ର ଖୋଲିବା ସହ ରାଜ୍ୟରେ ଆଉ ୧୨ ଇଏସଆଇସି ଡିସପେନସାରୀ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Dharmendra pradhan
ଝାରସୁଗୁଡାରେ ESIC ଉପଆଞ୍ଚଳିକ କେନ୍ଦ୍ର ଓ ୧୨ ନୂଆ ଡିସପେନସାରୀ ଖୋଲିବା ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠି

ଭୁବନେଶ୍ବର: କେନ୍ଦ୍ର ଶ୍ରମ ଓ ନଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡାରେ ଇଏସଆଇସିର ଉପଆଞ୍ଚଳିକ କେନ୍ଦ୍ର ଖୋଲିବା ସହ ରାଜ୍ୟରେ ଆଉ ୧୨ ଇଏସଆଇସି ଡିସପେନସାରୀ ଖୋଲିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡାରେ ଇଏସଆଇସିର ଉପଆଞ୍ଚଳିକ କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି । ବର୍ତ୍ତମାନ ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଇଏସଆଇସି ଆଞ୍ଚଳିକ କାର୍ଯ୍ୟାଳୟ କାର୍ଯ୍ୟକାରୀ କରୁଛି । ବର୍ତ୍ତମାନ ଏହାର ଅନ୍ତର୍ଭୁକ୍ତ ୭.୪୧ ଲକ୍ଷ ବୀମାଭୁକ୍ତ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡାରେ ଏକ ଇସଆଇସି ଉପଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ପାଇଁ ଦାବି କରିଛନ୍ତି । ଝାରସୁଗୁଡା ପଶ୍ଚିମ ଓଡିଶାର ଏକ ଶିଳ୍ପାଞ୍ଚଳ ଭାବରେ ପରିଚିତ । ଝାରାସୁଗୁଡାରେ ଉଭୟ ଛୋଟ ବଡ ବିଭିନ୍ନ ଶିଳ୍ପନୁଷ୍ଠାନ ଉଦ୍ୟୋଗ ରହିଛି । ଭୁବନେଶ୍ବରରେ ଥିବା ଇଏସଆଇସିର ଆଞ୍ଚଳିକ କାର୍ଯ୍ୟାଳୟରେ ୩୦ଟି ଜିଲ୍ଲାର କର୍ମଚାରୀ ନିର୍ଭର କରୁଛନ୍ତି । ଏହି ଆଞ୍ଚଳିକ କାର୍ଯ୍ୟାଳୟ ନିକଟବର୍ତ୍ତୀ ୧୭ ଜିଲ୍ଲା ନିକଟବର୍ତ୍ତୀ ରହୁଛନ୍ତି । ତେବେ ଅବଶିଷ୍ଟ ୧୩ ଜିଲ୍ଲା ପାଇଁ ଝାରସୁଗୁଡାର ଏକ ଇଏସଆଇସି ଉପଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ କରି ପଶ୍ଚିମ ଓଡିଶାର ୧୩ ଜିଲ୍ଲାବାସୀ ଏହା ଦ୍ବାରା ଉପକୃତ ହୋଇପାରିବେ ।

ସେହିପରି ରାଜ୍ୟରେ ଇସଏସଆସିର ଡିସପେନସାରୀ ଖୋଲିବା ପାଇଁ ମଧ୍ୟ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ତାଳଚେର, ଜଳେଶ୍ବର, ନୀଳଗିରି, ସୋର, ଧାମରା, ତ୍ରିଶୁଳିଆ, ଓଡ଼ସପୁର, ଜଗତସିଂହପୁର, ଯୋଡ଼ା, ନିମାପଡ଼ା, ବଣେଇ ଏବଂ କୋଇରାରେ ୧୨ଟି ନୂତନ ଡିସପେନସାରୀ ଖୋଲାଯିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

ସେହିପରି ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ଏକ ଡିସପେନସାରୀକୁ ବେଲପାହାଡ଼କୁ ସ୍ଥାନାନ୍ତର କରିବା ପାଇଁ ଇଏସଆଇ କର୍ପୋରେସନର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ହସ୍ତକ୍ଷେପ କରି ତ୍ବରିତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.