ETV Bharat / city

Dhamnagar ByPoll: ରାଜେନ୍ଦ୍ର ଦାସଙ୍କୁ ଟିକଟେ ନଦେବା ବିଜେଡିକୁ ପଡିବ କି ମହଙ୍ଗା - Raju das

ଭଦ୍ରକ ଧାମନଗର ଉପନିର୍ବାଚନ (Dhamnagar By Poll) ପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହୋଇଛି । ନିର୍ବାଚନ ମୈଦାନରେ ମୋଟ 5 ଜଣ ପ୍ରାର୍ଥୀ, ବିଜେଡି, ବିଜେପି, କଂଗ୍ରେସ ଓ 2 ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । 5 ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି ସମସ୍ତଙ୍କ ନଜର । କଣ ହେବ ରାଜୁଙ୍କ ରଣନୀତି? ବିଜେଡି ଭୋଟ କରି ପାରିବେ ତ ବିଭାଜନ? ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Oct 18, 2022, 8:54 PM IST

Updated : Oct 18, 2022, 10:00 PM IST

ଭୁବନେଶ୍ବର/ଭଦ୍ରକ: ଭଦ୍ରକ ଧାମନଗର ଉପନିର୍ବାଚନ (Dhamnagar ByPoll) ପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହୋଇଛି । ନିର୍ବାଚନ ମୈଦାନରେ ମୋଟ 5 ଜଣ ପ୍ରାର୍ଥୀ, ବିଜେଡି, ବିଜେପି, କଂଗ୍ରେସ ଓ 2 ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । 5 ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି ସମସ୍ତଙ୍କ ନଜର । କଣ ହେବ ରାଜୁଙ୍କ ରଣନୀତି? ବିଜେଡି ଭୋଟ କରିବେ ପାରିବେ ତ ବିଭାଜନ? ନା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିବେ ରାଜୁ? ଏମିତି ଏକାଧିକ ପ୍ରଶ୍ନ ଉଠିଛି ।

ରାଜେନ୍ଦ୍ର ଦାସଙ୍କୁ ଟିକଟେ ନଦେବା ବିଜେଡିକୁ ପଡିବ କି ମହଙ୍ଗା

ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ବେଳେ, ଏହା ମଧ୍ୟ ପ୍ରଶ୍ନ ଉଠୁଛି, ରାଜୁ ଦାସଙ୍କୁ ଟିକେଟ ନଦେଇ ଭୁଲ କରିଦେଇନାହିଁ ତ ବିଜେଡି ? ବିଜେଡି ସାଂଗଠନିକ ସ୍ତରରେ ଏହା ଏକ ତୃଟିପୂର୍ଣ୍ଣ ନିଷ୍ପତ୍ତି କି । କାରଣ ରାଜୁଙ୍କ ହାତରେ ରହିଛି ବିଜେଡି ଭୋଟ ବ୍ୟାଙ୍କ । ବିଜେଡିର ଜଣେ ସକ୍ରିୟ ସଦସ୍ୟ ତଥା ସଂଗଠକ ଥିଲେ ରାଜୁ । ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ଭୋଟ ବ୍ୟାଙ୍କ ଫାଟିବ । ଏହାର ସିଧା ଫାଇଦା ଯିବ ବିଜେପି ହାତକୁ । କାରଣ ବିଜେପି ପାଖରେ ଅନୁକମ୍ପା ଭୋଟ ରହିଛି । ଆଉ ବିଜେଡି ପାଖରେ ଏକ ମାତ୍ର ବିକଳ୍ପ ହେଲା, ନିଜେ ନବୀନ ମୈଦାନକୁ ଓହ୍ଲାଇବା । ତେବେ ଯାଇ ବିଜେଡି ଆଡଭାନଟେଜ ସ୍ଥିତିକୁ ଆସିବ ।

ସେପଟେ ବିଜେପି କହିଛି ରାଜୁ ଦାସ ବିଦ୍ରୋହୀ ହୁଅନ୍ତୁ କି ନ ହୁଅନ୍ତୁ ତାଙ୍କୁ କିଛି ଫରକ ପଡେ ନାହିଁ । କାରଣ ଦିବଗଂତ ନେତା ବିଷ୍ଣୁ ସେଠୀଙ୍କ ପୁଅ ବାପା ବଞ୍ଚିଥିବା ସମୟରୁ ଲୋକଙ୍କ ସହ ଅଛନ୍ତି । ସେ ଲୋକଙ୍କ ସହ ମିଶିଛନ୍ତି ଧାମନଗରବାସୀଙ୍କ ଅଭାବ ଅସୁବିଧା କଥା ବୁଝିଛନ୍ତି । ଏବେ ଅନୁକମ୍ପାମୂଳକ ଭୋଟ ତାଙ୍କ ପାଖକୁ ଯିବ ହିଁ ଯିବ । ତେଣୁ ବିଜେଡି ଭୋଟବ୍ୟାଙ୍କ ଯାହା ହେଉନା କାହିଁକି ବିଜେପି ଧାମନଗର ଉପନିର୍ବାଚନ ଜିତିବ ବୋଲି କହିଛନ୍ତି ବିଜେପି ମିଡିଆ ସେଲ ମୁଖ୍ୟ ଦିଲୀପ ମଲ୍ଲିକ । ସେହିଭଳି ଧାମନଗର ବାଜି ଜିତିବାକୁ କଂଗ୍ରେସ ବି ଆଶାୟୀ । ଦଳର ବରିଷ୍ଠ ବିଧାୟକ ତାରା ବିହାନୀପତି କହିଛନ୍ତି, ଧାମନଗରରେ ଦଳ ଭଲ ପ୍ରଦର୍ଶନ କରିବ ଦଳ । ଜିତିବା ହାରିବା ପ୍ରସଙ୍ଗକୁ ଆମେ ଯାଉନାହୁଁ । ଦଳ ଭଲ କରିବ ।

ଅନ୍ୟପଟେ ମହିଳା କାର୍ଡ ଖେଳି ବିଜୁ ଜନତା ଦଳ ବାର୍ତ୍ତା ଦେବାକୁ ଚାହୁଁଥିଲା ଦଳ ମହିଳାମାନଙ୍କୁ କେତେ ଗୁରୁତ୍ବ ଦିଏ । ଆଉ ଏହି ଆଧାରରେ ଦଳ ସହଜରେ ନିର୍ବାଚନ ଜିତିବାକୁ ଯୋଜନା କରିଥିଲା । ହେଲେ ଭଦ୍ରକରେ ଯାଜପୁରର ରାଜୁତି ଚଳିବ ନାହିଁ ବୋଲି ବିଜେଡି ସମର୍ଥକ ମାନେ ପରୋକ୍ଷରେ ରାଜୁ ଦାସଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ଛିଡା କରି ପ୍ରମାଣ କରିଦେଇଛନ୍ତି । ଏହାସହ ସଂଗଠନ ଦାୟିତ୍ବରେ ଥିବା ଯାଜପୁର ନେତାଙ୍କୁ ସିଧା ଚାଲେଞ୍ଜ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 18, 2022, 10:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.