ETV Bharat / city

ଲୋକାୟୁକ୍ତରେ ଯୋଗଦେଲେ ରାଜେନ୍ଦ୍ର ଶର୍ମା

ତୋଷାଳି ଭବନ ସ୍ଥିତ ଲୋକାୟୁକ୍ତ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜେନ୍ଦ୍ର ଶର୍ମା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 8, 2019, 5:13 PM IST

Updated : Aug 8, 2019, 6:43 PM IST

ଭୁବନେଶ୍ବର: ତୋଷାଳି ଭବନ ସ୍ଥିତ ଲୋକାୟୁକ୍ତ କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ରାଜେନ୍ଦ୍ର ଶର୍ମା । ନିଜର ପ୍ରଥମ ଦିନରେ ସେ ବିଭିନ୍ନ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଲୋକାୟୁକ୍ତ କାର୍ଯାଳୟରେ ମୋଟ 5 ଜଣ ସଦସ୍ୟ ରହିବେ। ସେମାନଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ ରହିବେ। ବାକି 4 ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ରହିବେ। ସେହିପରି ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଏବଂ ଦୁଇଜଣ ଆଇନଜୀବୀ ଦାୟିତ୍ବରେ ରହିବେ ।

ତେବେ ବର୍ତ୍ତମାନ ସୁଦ୍ଧା ଲୋକାୟୁକ୍ତର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନଜୀବି ଅଜିତ ସିଂ ଯୋଗ ଦେଇ ସାରିଥିବାବେଳେ ସଦସ୍ୟ ଭାବେ ପୂର୍ବତନ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଦେବବ୍ରତ ସ୍ବାଇଁ ଓ ବରିଷ୍ଠ ଆଇନଜୀବି ବି.କେ ନାୟକ ଯୋଗ ଦେଇସାରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 8, 2019, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.