ETV Bharat / city

Cameraman Manas Murder Case: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

author img

By

Published : Mar 23, 2022, 3:08 PM IST

Updated : Mar 23, 2022, 3:32 PM IST

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ଅଧିକ ପଢନ୍ତୁ

Cameraman Murder Case: ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

  • DGP, Odisha has ordered for taking up of investigation of Chandbali PS Case No. 63 dated 14.02.2022 of Bhadrak District by CID-Crime Branch in view of its gravity and involvement of multiple districts.

    — Odisha Police (@odisha_police) March 23, 2022 " class="align-text-top noRightClick twitterSection" data=" ">

ମାମଲାକୁ ଗୁରୁତ୍ବର ସହ ଦର୍ଶାଇବା ସହ ଏଥିରେ ତିନୋଟି ଜିଲ୍ଲାର ଲିଙ୍କ ଥିବାରୁ ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ପୋଲିସ ଡିଜି । ଏପରି ଏକ ହତ୍ୟାକାଣ୍ଡରେ ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଗିରଫ ହେବା ପରେ ଏହା ଏକ ହାଇ ପ୍ରୋଫାଇଲ୍ କେସ ବୋଲି ସନ୍ଦେହ କରାଯାଉଛି । ସେପଟେ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର୍ ଥିବାବେଳେ ତଦନ୍ତରେ ଲାଗିଥିଲେ ୩ ଜିଲ୍ଲାର ପୋଲିସ ।

ଏହା ମଧ୍ୟ ପଢନ୍ତୁ:- Cameraman Manas murder case: ପୋଲିସ ପଞ୍ଝାରେ ଶର୍ମିଷ୍ଠାଙ୍କ ଭାଇ, ବିଜୟୱାଡାରୁ ଗିରଫ

ମୃତକ ମାନସ ସ୍ବାଇଁଙ୍କ ଘର ନୟାଗଡରେ ହୋଇ ଥିବାବେଳେ ସେ ଏକ କାମରେ ଭଦ୍ରକ ଯାଇଥିଲେ । ସେଠାରୁ ତାଙ୍କୁ ଅପହରଣ ପରେ ଭୁବନେଶ୍ଵରରେ ହତ୍ୟା ଏବଂ ପ୍ରମାଣ ଲୁଚାଇବାକୁ ଯାଇ ନୟାଗଡ଼ରେ ମୃତଦେହ ପୋତି ଦେଇଥିଲେ ଦୁର୍ବୃତ୍ତ । ଏନେଇ ଭଦ୍ରକ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ପଦାକୁ ଆସିଥିଲା ସତ୍ୟାସତ୍ୟ । ତେବେ ମାମଲାରେ ଭଦ୍ରକ, ଭୁବନେଶ୍ବର ଏବଂ ନୟାଗଡ ପୋଲିସ ସହାୟତାରେ ତଦନ୍ତ କରାଯାଉ ଥିବାବେଲେ ଆଜି(ବୁଧବାର) ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 23, 2022, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.