ଭୁବନେଶ୍ବର: ବଡମ୍ବା ଜଙ୍ଗଲରୁ ଦୁଇ ହାତୀଙ୍କ କଙ୍କାଳ ମିଳିବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହାତୀ ମୃତ୍ୟୁ ଘଟଣା ଲୁଚାଇବା ଉଦ୍ୟମ ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୫ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଏହି ମାମଲାରେ DFOଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ।
ଏହା ବି ପଢ଼ନ୍ତୁ ବଡ଼ମ୍ବା ହାତୀ ମୃତ୍ୟୁକୁ ନେଇ STFର ତନାଘନା
ଶିକାରୀଙ୍କ ସହ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତ ଜାରି ରହିଛି । ଏହି ଘଟଣା ଯେକୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ନରସିଂହପୁରରେ ହାତୀକୁ ୬ ରାଉଣ୍ଡ ଗୁଳି ମାରିବା ଘଟଣାକୁ ନେଇ ଏକ ତଦନ୍ତ ଟିମ୍ ଗଠନ ହୋଇଛି । ଆଠଗଡ଼ DFOଙ୍କ ନେତୃତ୍ବରେ ଗଠିତ ୪ ଜଣିଆ ଟିମ୍ ହାତୀକୁ ଗୁଳି ମାରିଥିବା ଅଭିଯୁକ୍ତକୁ ଖୋଜା ଚଳାଇଛି । ସେପଟେ ହାତୀଟିର ଅବସ୍ଥା ସ୍ଥିର ରହିଛି । ଧୀରେ ଧୀରେ ସୁସ୍ଥ ହେବ ବୋଲି କହିଛନ୍ତି ପିସିସିଏଫ ଶଶୀ ପଲ ।