ETV Bharat / city

ଦୁଇବର୍ଷ ପରେ ଶୁଭିଲା ବୋଲ ବମ୍, ଲିଙ୍ଗରାଜଙ୍କ ନିକଟରେ କାଉଡ଼ିଆଙ୍କ ଜଳଲାଗି

author img

By

Published : Jul 18, 2022, 2:20 PM IST

ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି । ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ହଜାର ହଜାର କାଉଡ଼ିଆ ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିଛନ୍ତି । ଅଧିକ ପଢ଼ନ୍ତୁ

devotees offer prayers to lord lingaraj on the first monday of sawan month
2 ବର୍ଷ ପରେ ଶୁଭିଲା ବୋଲ ବମ୍: ଲିଙ୍ଗରାଜରେ ପାଣି ଢାଳିଲେ କାଉଡ଼ିଆ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦୀର୍ଘ ଦୁଇ ବର୍ଷର ଅପେକ୍ଷା ପରେ ଭକ୍ତ ଓ ଭଗବାନ ଏକାଠି ହୋଇଛନ୍ତି । ଏହି ଅବସରରେ ଆଜି ହଜାର ହଜାର କାଉଡ଼ିଆ ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିଛନ୍ତି । ବୋଲବମ, ହରହର ବମ ଧ୍ବନିରେ କମ୍ପି ଉଠିଛି ପୁରା ରାଜଧାନୀ । ପ୍ରଥମ ସୋମବାର ଲାଗି ଭୁବନେଶ୍ବରସ୍ଥିତ ବାବା ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶ୍ରଦ୍ଧା ଓ ଭକ୍ତିର ସହ ଶୁଭ ମନାସୁଛନ୍ତି କାଉଡ଼ିଆ ।

ଲିଙ୍ଗରାଜରେ ପାଣି ଢାଳିଲେ କାଉଡ଼ିଆ

ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ ଆଜି ଲିଙ୍ଗରାଜ ମନ୍ଦିରରେ ମାନସିକଧାରୀ କାଉଡ଼ିଆ ଜଳଲାଗି କରିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ହୋଇଛି । ଜଣେ ଅତିରିକ୍ତ ଡିସିପଙ୍କ ନେତୃତ୍ୱରେ ୫ ଜଣ ଏସିପି, ୮ ଜଣ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୋଲିସ ଫୋର୍ସ, ୫୦ ହୋମ ଗାର୍ଡ ନିୟୋଜିତ ହୋଇଛନ୍ତି । ବାବା ଲିଙ୍ଗରାଜଙ୍କ ସାନିଧ୍ୟ ଲାଭ କରି ବେଶ ଆନନ୍ଦିତ ଅଛନ୍ତି ଶ୍ରଦ୍ଧାଳୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.