ଭୁବନେଶ୍ବର: ସ୍କୁଲରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ(corona in school)କୁ ନେଇ ମତ ରଖିଲେ ଗଣଶିକ୍ଷା ମନ୍ତ୍ରୀ (mass education minister)ସମୀର ରଞ୍ଜନ ଦାଶ । କୋରୋନା ଭୟ (corona fears)ରହିବା ସତ୍ତ୍ବେ ବି ସ୍କୁଲରେ ବଢୁଛି ପିଲାଙ୍କ ଉପସ୍ଥାନ । ଏନେଇ ଜିଲ୍ଲା ପ୍ରଶାସନ ନଜର ରଖିଛି । ଏଥି ସହ ସ୍କୁଲ ଓ ଗଣଶିକ୍ଷା ବିଭାଗର SOP ମଧ୍ୟ ରହିଛି । ଯେଉଁ ସ୍କୁଲରେ ବି ପିଲାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଯେଉଁଠି ଆବଶ୍ୟକ ପଡୁଛି, ସେଠାରେ ଆଇସୋଲେସନ ଓ ଯଏଣ୍ଟ ମେଡିକାଲ ଟିମ ବି ରହିଛି । ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଟିମ ମଧ୍ୟ କରାଯାଇଛି । ତେବେ କୋରୋନାକୁ ଭୟ ନକରି ପାଠ ପଢାପ୍ରତି ପିଲାଙ୍କର ଆଗ୍ରହ ରହିଛି । ସବୁ ବ୍ୟବସ୍ଥା ସହ ଶିକ୍ଷା କିପରି ଜାରି ରହିବ ସେ ନେଇ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟରେ ଦୈନିକ ଭାବରେ ବିଭିନ୍ନ ସ୍କୁଲ ଓ କଲେଜରେ ସଂକ୍ରଣମ ବଢୁଛି। ତେବେ ଏନେଇ ସମ୍ପୂର୍ଣ୍ଣ ଭାବରେ ସରକାର ସ୍ବାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ