ETV Bharat / city

ଗଭୀର ଅବପାତର ରୂପ ନେଲା ଅବପାତ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଲା ଅବପାତ । ଏହା ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Aug 19, 2022, 6:19 PM IST

Updated : Aug 19, 2022, 7:20 PM IST

depression intensified into deep depression over northwest bay of bengal
ଗଭୀର ଅବପାତର ରୂପ ନେଲା ଅବପାତ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ବର୍ତ୍ତମାନ ବାଲେଶ୍ବରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୨୦୦ କିମି ଏବଂ ଦିଘାଠାରୁ ପୂର୍ବ-ଦକ୍ଷଣ ପୂର୍ବ ଦିଗରେ ୧୪୦କିମି ଦୂରରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ରହିଛି (depression intensified into deep depression over northwest bay of Bengal ) । ଏହାର ପ୍ରଭାବରେ ଉପକୂଳରେ ୪୫ ରୁ ୫୫ ଏବଂ ଝଟକା ପବନ ୬୫ କିମି ବେଗରେ ବହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି (Bhubaneswar meteorological centre) ।

ଗଭୀର ଅବପାତର ରୂପ ନେଲା ଅବପାତ

ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି (rainfall expected in odisha) । ସନ୍ଧ୍ୟା ସୁଦ୍ଧା ବାଲେଶ୍ବର ଓ ସାଗର ଦ୍ବୀପ ମଧ୍ୟରେ ଗଭୀର ଅବପାତ ଅତିକ୍ରମ କରିବ। ଫଳରେ ୪ଟି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଏଥିପାଇଁ କେନ୍ଦୁଝର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ଜିଲ୍ଲାରେ ଅକସ୍ମାତ ବନ୍ୟା, ପାହାଡ଼ି ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ ,ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୋଟାମୋଟି ଭାବେ ବର୍ଷାର ପ୍ରଭାବ ସାରା ରାଜ୍ୟରେ ରହିବ । ଏଥିସହ ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ୩ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ଗୋପରେ ସର୍ବାଧିକ ୧୨୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 19, 2022, 7:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.