ଭୁବନେଶ୍ବର: କୁବେର OPHWC ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଆୟ ବର୍ହିଭୂତ ଠୁଳ ମାମଲାରେ ଗିରଫ ଘଟଣା । ସସପେଣ୍ଡ ହେଲେ କୁବେର ଅଫିସର ପ୍ରତାପ ସାମଲ ।
ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ହୋଇଥିଲେ ଗିରଫ । ଭିଜିଲାନ୍ସ ରେଡ ବେଳେ ନିଜ ଆୟ ଠାରୁ 1087 ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଜଣାପଡିଥିଲା ।
ପ୍ରତାପଙ୍କୁ ଗିରଫ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ଭିଜିଲାନ୍ସ ଆଇନ ଦିଗ ଉପରେ ତର୍ଜମା କରୁଛି । ଏହାସହ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଲତାଡ କରିବାକୁ ଯୋଜନା କରୁଛି ଭିଜିଲାନ୍ସ ।
ପ୍ରତାପ ଓଡିଶା ପୋଲିସ ହାଉସିଂ ବୋର୍ଡ ୱେଲଫେୟାର ରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ