ETV Bharat / city

Fake Disability Certificate: ତର୍ଜମା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ - ଜାଲ ସାର୍ଟିଫିକେଟ ନାମ ଲେଖା ପ୍ରସଙ୍ଗ

ଜାଲ ସାର୍ଟିଫିକେଟ ନାମ ଲେଖା ପ୍ରସଙ୍ଗ । ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତର୍ଜମା କରି ବିଭାଗ ନେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ

Fake Disability Certificate: ତର୍ଜମା କରି ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

author img

By

Published : Apr 6, 2022, 3:22 PM IST

Updated : Apr 6, 2022, 10:28 PM IST

ଭୁବନେଶ୍ବର: ଭଦ୍ରକରୁ ଭୁବନେଶ୍ୱର ଲମ୍ବିଛି ଜାଲି ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ନାମଲେଖା ଚେର । ବିଜେବି କଲେଜରେ ଏଭଳି ନାମ ଲେଖାଇ ଥିବା 8 ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ତର୍ଜମା କରି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

Fake Disability Certificate: ତର୍ଜମା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୂଚନାଅନୁସାରେ, 2019-20, 2020-21 ଓ 2021-22 ଶିକ୍ଷାବର୍ଷର 8 ଜଣ ଛାତ୍ରଛାତ୍ରୀ ଜାଲ ସାର୍ଟିଫିକେଟ ଦେଇ ନାମ ଲେଖାଇଛନ୍ତି । ଘଟଣାକୁ ଗୁରୁତର ସହ ନେଇଛି ଉଚ୍ଚଶିକ୍ଷା ବିଭାଗ । ସମ୍ପୃକ୍ତ ଛାତ୍ରଛାତ୍ରୀ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ, କେଉଁଠୁ ତିଆରି ହୋଇଥିଲା ସାର୍ଟିଫିକେଟ, ଏଥିରେ କିଏ କିଏ ସମ୍ପୃକ୍ତ ? ସେ ନେଇ ଉଚ୍ଚଶିକ୍ଷା ବିଭାଗ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: Fake Disability Certificate: BJBରେ ଏଣ୍ଟ୍ରି ମାରିଛନ୍ତି 8 ଛାତ୍ରଛାତ୍ରୀ, ବିରୋଧରେ ମାମଲା

ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି ଯେ, ଯଦି କେହି ସାର୍ଟିଫିକେଟ ଦେଇ ନାମ ଲେଖାଇଛନ୍ତି, ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ତେଣୁ ବିଜେବି କଲେଜ ଘଟଣାରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି । ଯଦି ଆଉ କେଉଁଠି ଏପରି ଘଟଣା ସାମ୍ନାକୁ ଆସେ, ତେବେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତୁରନ୍ତ ବିଭାଗରେ ତର୍ଜମା କରି ଯାହା ପଦକ୍ଷେପ ନେବା କଥା ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

Last Updated : Apr 6, 2022, 10:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.