ETV Bharat / city

ମହିଳା ଓ ଶିଶୁ ବିକାଶ ବିଭାଗର ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ 'ଆଦ୍ୱିକା ଆପ୍' - ଅନ୍ତର୍ଜାତୀୟ ବାଳିକା ଦିବସ

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଓ୍ବେବିନାର ଅନୁଷ୍ଠିତ । ଅଧିକ ପଢନ୍ତୁ...

Department of Women and Child Development says 'Adwika App' to be Implementing soon
ମହିଳା ଓ ଶିଶୁ ବିକାଶ ବିଭାଗର ପଦକ୍ଷେପ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ 'ଆଦ୍ୱିକା ଆପ୍'
author img

By

Published : Oct 11, 2021, 7:34 PM IST

ଭୁବନେଶ୍ବର: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଓ୍ବେବିନାର ଅନୁଷ୍ଠିତ ହୋଇଛି । ବର୍ଷ ୨୦୨୦ ଅକ୍ଟୋବର ୧୧ ତାରିଖରେ କିଶୋରୀ ବାଳିକାମାନଙ୍କ ପାଇଁ ଲୋକାର୍ପିତ ହୋଇଥିବା 'ଆଦ୍ବିକା' କାର୍ଯ୍ୟକ୍ରମର ଆଜି ଏକ ବର୍ଷ ପୂର୍ତ୍ତି ହୋଇଛି । ଏହି କାର୍ଯ୍ୟକ୍ରମର ଉପଲବ୍ଧିକୁ ନେଇ ସବିଶେଷ ଆଲୋଚନା କରାଯାଇଛି । ଆଦ୍ବିକା କାର୍ଯ୍ୟକ୍ରମ ମାତ୍ର ବର୍ଷକ ମଧ୍ୟରେ ପ୍ରାୟ ୧୦ଲକ୍ଷ କିଶୋରୀ ବାଳିକାଙ୍କ ନିକଟରେ ପହଞ୍ଚିପାରିଛି । ଏହା ଦ୍ବାରା ସେମାନଙ୍କ ଜୀବନଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Department of Women and Child Development says 'Adwika App' to be Implementing soon
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ବାଳିକା ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଓ୍ବେବିନାର

ଡିଜିଟାଲ ଯୁଗରେ ଜୀବନ ସହଜ ହୋଇଛି । ଅଧିକ ସୁଯୋଗ ସୃଷ୍ଟି ହୋଇଛି । ତେଣୁ ଆମର କିଶୋରୀ ଏବଂ ମହିଳାମାନଙ୍କୁ ଡିଜିଟାଲ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରିବାକୁ ହେବ । ଏଥିପାଇଁ ବିଭାଗ ଦ୍ବାରା ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଆଧାରରେ ମୋ ଛତୁଆ, ଇ-କାଳିଆ, ଇମାନଦେୟ, ମୋ ଶିଶୁ ଆଦି ବିଭିନ୍ନ ଯୋଜନା ଡିଜିଟାଲ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଛି । ଏହା କହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ । ୟୁନିସେଫ୍ ଏବଂ ୟୁଏନ୍‌ଏଫ୍ଏର ମିଳିତ ସହଯୋଗରେ କ୍ଷେତ୍ର କର୍ମଚାରୀଙ୍କୁ ନେଇ ଆୟୋଜିତ ଓ୍ବେବିନାରର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ମହିଳା ଓ ଶିଶୁବିକାଶ ସଚିବ ଅନୁ ଗର୍ଗ । ଆଗାମୀ ଦିନରେ ‘ଆଦ୍ବିକା ଆପ୍’ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ବିଭାଗୀୟ ସଚିବ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ୟୁନିସେଫ୍ ଓଡ଼ିଶାର ମୁଖ୍ୟ ମୋନିକା ନିଲେସନ୍ ଏବଂ ୟୁନିସେଫ୍‌ର ରାଜ୍ୟ ପ୍ରକଳ୍ପ ସଂଯୋଜକ ମହମ୍ମଦ ନଦିମ୍ ନୁର୍ ପ୍ରମୁଖ ଉପସ୍ଥିତ ଥିଲେ । ବାଳିକାମାନଙ୍କ କ୍ଷେତ୍ରରେ ବିଦ୍ୟାଳୟ ଡ୍ରପଆଉଟ୍ ସଂଖ୍ୟା ହ୍ରାସ, ବାଲ୍ୟ ବିବାହ ନିରୋଧ, କିଶୋରୀମାନଙ୍କ ମଧ୍ୟରେ ପୁଷ୍ଟି ଓ ସ୍ବଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି, ଶିଶୁ ନିର୍ଯାତନା ଓ ବାଳିକା ଚାଲାଣ ଆଦି ରୋକିବା କ୍ଷେତ୍ରରେ ବିଭାଗ ଦ୍ବାରା ଅନେକ ପଦକ୍ଷେପ ନିଆଯାଇଛି । ପ୍ରାୟ ସମସ୍ତ ପ୍ରୟାସ କିଶୋରୀ ବାଳିକାମାନଙ୍କ ସମୃଦ୍ଧିରେ ସହାୟକ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି ।

କିଶୋରୀ ବାଳିକା ସମୃଦ୍ଧି ଭଳି ସାମାଜିକ ପ୍ରସଂଗରେ ସର୍ବଦା ସହଯୋଗ ରଖିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତାରକା ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା । ଓ୍ବେବିନାରରେ ଉଭୟ ଯୋଗଦେଇ ବାଳିକା ଶିକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି । ଏହା ସହ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା କିଶୋରୀ ବାଳିକାମାନଙ୍କୁ ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଉତ୍ସାହିତ କରିଛନ୍ତି । ଆକ୍ସନ ଏଡ୍, ଓଡ଼ିଶାର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଘସିରାମ ପଣ୍ଡା ଓଡ଼ିଶା ସରକାରଙ୍କ ଆଦ୍ବିକା ମଡେଲଟି ଅନ୍ୟ ରାଜ୍ୟମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି ବୋଲି କହିଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରୀ ପ୍ରଭାବଶାଳୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଛି । ଆଦ୍ବିକାର ଏହି ଓ୍ବେବିନାରରେ ବିଭାଗର ସମସ୍ତ କ୍ଷେତ୍ର ଅଧିକାରୀ, କର୍ମଚାରୀ, ସଖୀ ସହେଲୀ, ଗ୍ରୁପ, ସ୍ବଚ୍ଛାସେବୀ ଅନୁଷ୍ଠାନର କର୍ମକତ୍ତାଙ୍କ ସମେତ ପ୍ରାୟ ତିନି ହଜାର ପାଞ୍ଚ ଶହରୁ ଊର୍ଦ୍ଧ୍ବ ଜଣ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.