ଭୁବନେଶ୍ବର: ଏଥର ହେବନାହିଁ ୟୁଜି, ପିଜି ପରୀକ୍ଷା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖାଯାଇଛି । ମହାମାରୀ କୋରୋନା ଯୋଗୁଁ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନରେ ସବୁ ପାଠପଢା ହୋଇପାରିନି । ତେଣୁ ଅନଲାଇନ ପାଠପଢାକୁ ଆଧାର କରି ଏବେ ପରୀକ୍ଷା କରାଯାଇପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।
![ସ୍ପଷ୍ଟ କଲେ ଉଚ୍ଚଶିକ୍ଷା ବିଭାଗ](https://etvbharatimages.akamaized.net/etvbharat/prod-images/od-bbs-2-ugexam-avo-7205239_07122020162119_0712f_1607338279_369.png)
ତେଣୁ କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ହେବା ନେଇ ବିଚାର କରାଯାଉଥିବା ଉଚ୍ଚଶିକ୍ଷା ସଚିବ ଲେଖିଥିବା ଚିଠିରେ କୁହାଯାଇଛି । ଯେବେ କ୍ଲାସ ହେବ, ସେତେବେଳେ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଏନେଇ ସବୁ ବିଶ୍ବବିଦ୍ୟାଳୟ ଓ ସରକାରୀ, ବେସରକାରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ସଚିବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ