ଭୁବନେଶ୍ବର: ବିଜେଡିରେ ଯୋଗ ଦେଇଛନ୍ତି ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ ଶାନ୍ତି ମଞ୍ଜରୀ ଦେଇ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶାନ୍ତି ମଞ୍ଜରୀ ଦେଇଙ୍କୁ ଦଳରେ ସାମିଲ କରାଯାଇଛି । ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ।
ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଶାନ୍ତି ମଞ୍ଜରୀ ଦେଇ । ଆଜି ଅପରାହ୍ନରେ ବିଜେଡିରେ ସେ ଯୋଗ ଦେଇଛନ୍ତି । ଦେବଗଡ଼ ଜିଲ୍ଲାର ସୁପ୍ରତିଷ୍ଠିତ ବିଶିଷ୍ଟ ଶିକ୍ଷାବିତ ହେଉଛନ୍ତି ଶାନ୍ତି ମଞ୍ଜରୀ ଦେଇ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶାନ୍ତି ମଞ୍ଜରୀ ଦେଇଙ୍କୁ ଦଳରେ ସାମିଲ କରିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଂଜନ ବିଶ୍ଵାଳ ଉପସ୍ଥିତ ଥିଲେ । ବିଜେଡି ରାଜ୍ୟ ସଂପାଦକ କୁନବିହାରୀ ଦାସ ବି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହା ସହ ଯୁବନେତା ରାଜକିଶୋର ଦାଶ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ