ETV Bharat / city

ରାଜ୍ୟରେ ନିୟନ୍ତ୍ରଣାଧିନ, ଭୁବନେଶ୍ୱର ଓ କଟକରେ ଡେଙ୍ଗୁ ସ୍ଥିତି ଚିନ୍ତାଜନକ

author img

By

Published : Aug 5, 2021, 5:03 PM IST

ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କିନ୍ତୁ ଟ୍ବିନ୍ ସିଟିରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏନେଇ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଅଧିକ ପଢ଼ନ୍ତୁ...

dengue situation is in control in state but tense in cuttack and bhubaneswar
ରାଜ୍ୟରେ ନିୟନ୍ତ୍ରଣାଧିନ, ଭୁବନେଶ୍ୱର ଓ କଟକରେ ଡେଙ୍ଗୁ ସ୍ଥିତି ଚିନ୍ତଜାନକ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧୀନ ଅଛି । କିନ୍ତୁ ଟ୍ବିନ୍ ସିଟିରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏନେଇ ଗତକାଲି (ବୁଧବାର) ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ସ୍ବାସ୍ଥ୍ୟ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିବା ଏହି ବୈଠକରେ ପ୍ଲେଟଲେଟ, ଯନ୍ତ୍ରପାତି ଏବଂ କିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି ।

ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଦୁଇ ତିନି ଦିନ ତଳେ ଯେଉଁଭଳି ଭାବରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାି ବଢୁଥିଲା ତାହା କମିଛି । ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ୬୦ ରୋଗୀ ଭର୍ତ୍ତି ହୋଇଛନ୍ତି । ଏହି ହସ୍ପିଟାଲରେ ୧୦୦ ରୋଗୀଙ୍କ ରହିବାର ବ୍ୟବସ୍ଥା ଅଛି । ଡେଙ୍ଗୁ ରୋଗୀଙ୍କୁ ମାଗଣାରେ ରକ୍ତ, ପ୍ଲେଟଲେଟ ଦିଆଯାଉଛି । ଏଯାଏଁ ଡେଙ୍ଗୁରେ କାହାରି ମୄତ୍ୟୁ ହୋଇନାହିଁ । ଏଥିପାଇଁ ଆତଙ୍କିତ ନହେବା ପାଇଁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଶୋଇବା ବେଳେ ମଶାରୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି ।

ଗତ ୨୪ ଘଣ୍ଟା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ୧୧୫ ଜଣଙ୍କ ନମୁନା ଟେଷ୍ଟ ହୋଇଥିବାବେଳେ ୫୦ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ୱାର୍ଡରେ ୫୧ ରୋଗୀ ଅଛନ୍ତି । ପ୍ଲେଟଲେଟର ଡିମାଣ୍ଡ ଅଧିକ ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଅଭାବ ନାହିଁ । ଯଦି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ପ୍ଲେଟଲେଟ ଅଧିକ ଦରକାର ପଡ଼ିବ। ପ୍ଲେଟଲେଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯନ୍ତ୍ରପାତି ଏବଂ କିଟ ପାଇଁ ଯାହା ଖର୍ଚ୍ଚ ହେବ ଏଥିପାଇଁ ଆର୍ଥିକ ବ୍ୟୟବରାଦର ବ୍ୟବସ୍ଥା ହୋଇଛି । ପ୍ଲେଟଲେଟର ଅସୁବିଧା ହେଵନି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.