ETV Bharat / city

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ଚିହ୍ନଟ ହେଲେଣି ୭୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

author img

By

Published : Aug 4, 2021, 4:47 PM IST

ରାଜଧାନୀରେ ଡେଙ୍ଗୁ ଆତଙ୍କ । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହେଲେଣି ୭ ଶହରୁ ଉର୍ଦ୍ଧ୍ବ ଆକ୍ରାନ୍ତ । ମୁକାବିଲା ପାଇଁ ସ୍ବତନ୍ତ୍ର ଟିମ ଗଠନ କଲା BMC । ଅଧିକ ପଢନ୍ତୁ...

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ,  ଚିହ୍ନଟ ହେଲେଣି ୭୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ
ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ଚିହ୍ନଟ ହେଲେଣି ୭୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ରାଜଧାନୀରେ ଏହାର ସଂଖ୍ୟା ସର୍ବାଧିକ ରହିଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ଚିହ୍ନଟ ହୋଇସାରିଛନ୍ତି ୭ଶହରୁ ଉର୍ଦ୍ଧ୍ବ ଡେଙ୍ଗୁ ଆକ୍ରାନ୍ତ । ତେଣୁ ଏହାର ପ୍ରତିକାର ଭୁବନେଶ୍ବର ମହାନଗର ନିଗମ ପାଇଁ ଏବେ କୋରୋନା ମହାମାରୀ ଭଳି ଚ୍ୟାଲେଞ୍ଜିଂ ହୋଇପଡିଲାଣି । ଏନେଇ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବେଡ ବା ସିଙ୍ଗଲ ଏକ୍ସକ୍ଲୁସିଭ ରୁମର ବ୍ୟବସ୍ତା ସହ ଟେଷ୍ଟିଂ ବଢାଇବା ଉପରେ ଗୁରୁତ୍ବ ଦିଆଯାଉଛି ।

ସେହିପରି ରୋଗୀ ଚିହ୍ନଟ ଓ ସଚେତନତା ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ବିଭିନ୍ନ ସ୍ଥାନ ସହ ବସ୍ତିଗୁଡ଼ିକରେ ସଂକ୍ରମଣର କାରଣ ଖୋଜିବା ଓ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଇବା ଦିଗରେ ଲାଗିଛନ୍ତି ଏହି ଟିମ । ସମ୍ବେଦନଶୀଳ ସ୍ଥାନମାନଙ୍କରେ ଦିନକୁ ୨ଥର ମଶା ଧୂଆଁ ସ୍ପ୍ରେ କରାଯାଉଥିବା ମହାନଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେପଟେ ସ୍ବାସ୍ଥ୍ୟ ନିଦ୍ଦେର୍ଶକ ବିଜୟ ମହାପାତ୍ର କହିଛନ୍ତି ରାଜଧାନୀରେ ଡେଙ୍ଗୁ ସଂଖ୍ୟା ବଢୁଥିବାବେଳେ ସସମସ୍ତଙ୍କୁ ସ୍ବଛତା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.