ETV Bharat / city

ଡେଙ୍ଗୁ ବିନାଶ ପାଇଁ BMC ତତ୍ପର, ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଏ ଡେ - ଡେଙ୍ଗୁ ମୁକ୍ତ ବ୍ୟବସ୍ଥା ଭୁବନେଶ୍ବର

ଡେଙ୍ଗୁ ପ୍ରତିହତ ପାଇଁ ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଏ ଡେ । ଅଧିକ ପଢନ୍ତୁ

ଡେଙ୍ଗୁ ବିନାଶ ପାଇଁ BMC ତତ୍ପର, ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଏ ଡେ

author img

By

Published : Jun 21, 2022, 8:43 PM IST

ଭୁବନେଶ୍ବର: ଡେଙ୍ଗୁ ପ୍ରତିହତ ପାଇଁ ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଏ ଡେ । ଭୁବନେଶ୍ୱରରେ ଦିନକୁ ଦିନ ବଢୁଛି ଡେଙ୍ଗୁ ଆତଙ୍କ । ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ଚିନ୍ତା ବଢାଇଛି । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଛି । ଏଥିରେ ଭୁବନେଶ୍ବର ମେୟର ସମେତ ୬୭ ୱାର୍ଡର କର୍ପୋରଟେର ଉପସ୍ଥିତ ଥିଲେ ।

ଡେଙ୍ଗୁ ବିନାଶ ପାଇଁ BMC ତତ୍ପର, ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଏ ଡେ

ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ଗୁରୁବାର ଓ ରବିବାର ପାଳନ ହେବ ଡ୍ରାଏ ଡେ । ଗୁରୁବାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ବାସଭବନରେ ଡ୍ରାଏ ଡେ ପାଳନ କରାଯିବ ବୋଲି ମତ ରଖିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ସେହିପରି ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ । ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠିତ ହେବ ଗ୍ରୁପ । ପ୍ରଥମେ ସଚେତନତା ପରେ ଖିଲାପିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ଜୋରିମାନା ମଧ୍ୟ ଲାଗୁ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ବିଏମସିର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଡେପୁଟି କମିଶନର ଓ ଅତିରିକ୍ତ କମିଶନର ଉପସ୍ଥିତ ଥିଲେ । ଆସନ୍ତା ଗୁରୁବାର ଠାରୁ ଆରମ୍ଭ ହେବ ଡ୍ରାଏ ଡେ ପାଳନ । ଅଫିସ ହେଉ କିମ୍ବା ଘରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନଗୁଡିକୁ ସଫା କରାଯିବା । ଅନ୍ୟପଟେ ବିଏଏମସିର ଏହି ନିଷ୍ପତିକୁ ଅନୁପାଳନ କରିବା ସହ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବେ ବୋଲି କହିଛନ୍ତି କର୍ପୋରେଟର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.