ETV Bharat / city

ଦିନକରେ ରାଜ୍ୟରେ ସର୍ବାଧିକ 25 ମୃତ, 2400 ଟପିଲା ମୃତ୍ୟୁ ସଂଖ୍ୟା - ଆଗରେ କଳାହାଣ୍ଡି

ଆଜି(ଗୁରୁବାର)ରାଜ୍ୟରେ ସର୍ବାଧିକ 25 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2ହଜାର 405ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଦିନକରେ ରାଜ୍ୟରେ ସର୍ବାଧିକ 25ମୃତ
ଦିନକରେ ରାଜ୍ୟରେ ସର୍ବାଧିକ 25ମୃତ
author img

By

Published : May 20, 2021, 12:49 PM IST

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଆଜି(ଗୁରୁବାର)ରାଜ୍ୟରେ ସର୍ବାଧିକ 25ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2ହଜାର 405ରେ ପହଞ୍ଚିଛି ।

ଆଜିର ମୃତକଙ୍କୁ ମଧ୍ୟରୁ ଅନୁଗୋଳରୁ ଦୁଇଜଣ 45 ବର୍ଷୀୟ ପୁରୁଷ ଓ 54 ବର୍ଷୀୟ ପୁରୁଷଙ୍କର ମୃତ୍ଯୁ ହୋଇଥିବାବେଳେ ବଲାଙ୍ଗୀରରୁ ଜଣେ 39 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ସେହିପରି ବୌଦ୍ଧରୁ 33ବର୍ଷୀୟ ପୁରୁଷ,ବରଗଡରୁ 29ବର୍ଷୀୟ ମହିଳା ଓ ବାଲେଶ୍ବରରୁ 57 ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ଭୁବନେଶ୍ବରରୁ ଦୁଇଜଣ 66ବର୍ଷୀୟ 70ବର୍ଷୀୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 55ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । କଟକରୁ ଜଣେ 62ବର୍ଷୀୟ ପୁରୁଷ ଓ ଢେଙ୍କାନାଳରୁ ଜଣେ 54ବର୍ଷୀୟ ପୁରୁଷ, ଗଞ୍ଜାମରୁ ଜଣେ 65ବର୍ଷୀୟ ମହିଳାଙ୍କ ସହିତ ଜଣେ 45 ବର୍ଷୀୟ ପୁରୁଷ ଆଖି ବୁଜିଛନ୍ତି । ସେହିପରି କଳାହାଣ୍ଡିରୁ ଜଣେ 45 ବର୍ଷୀୟ ମହିଳାଙ୍କ ସମେତ ତିନିଜଣ ପୁରୁଷ ଯଥାକ୍ରମେ 76, 57 ଓ 46ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

ସେହିପରି ଖୋର୍ଦ୍ଧାରୁ ଜଣେ 47ବର୍ଷୀୟ ପୁରୁଷ,ପୁରୀରୁ ଜଣେ 72ବର୍ଷୀୟ ପୁରୁଷ, ରାୟଗଡାରୁ ଜଣେ 65ବର୍ଷୀୟ ମହିଳା ଓ ଜଣେ 43ବର୍ଷୀୟ ମହିଳାଙ୍କର ଜୀବନ ଯାଇଛି । ସେପଟେ ସମ୍ବଲପୁରରୁ ଜଣେ 51ବର୍ଷୀୟ ପୁରୁଷ ଓ ସୁନ୍ଦରଗଡରୁ 65ବର୍ଷୀୟ ମହିଳା କୋରୋନାରେ ଆଖି ବୁଜିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.