ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନାଜନିତ ମୃତ୍ୟୁସଂଖ୍ୟା । ପାଞ୍ଚ ତଳେ ରହୁଛି ମୃତକଙ୍କ ସଂଖ୍ୟା । ଆଜି(ରବିବାର) ରାଜ୍ୟରେ ୩ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା 8285ରେ ପହଞ୍ଚିଛି ।
ସ୍ବାସ୍ଥ୍ୟବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ କଟକ, ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ କଟକରେ ମୃତକଙ୍କ ସଂଖ୍ୟା ୩୪୯, ଜଗତସିଂହପୁରରେ ୩୧୧ ଓ ସୁନ୍ଦରଗଡରେ ୫୮୭ରେ ପହଞ୍ଚିଛି ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪୪୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୭୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭ରେ ପହଞ୍ଚିଛି । ରାଜ୍ୟରେ ସଂକ୍ରମଣ କମିବା ସହିତ ମୃତ୍ୟୁରେ ମଧ୍ୟ ବ୍ରେକ ଲାଗିଛି । ଶୀତ ଋତୁରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ସାମାନ୍ୟ ଅସାବଧାନତା ବିପଦକୁ ଡାକିପାରେ । ଏ ଦିଗରେ ଅଧିକ ସଚେତନ ରହିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ