ETV Bharat / city

STATE CORONA DEATH: ଆଉ ୬୬ ଆକ୍ରାନ୍ତ ମୃତ

author img

By

Published : Aug 9, 2021, 10:53 AM IST

ଆଜି(ସୋମବାର) ରାଜ୍ୟରେ ଆଉ ୬୬ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୬୫୦୧କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଆଜି ଗଲା ଆଉ ୬୬ ଜୀବନ
ଆଜି ଗଲା ଆଉ ୬୬ ଜୀବନ

ଭୁବନେଶ୍ବର: ରାଜ୍ୟରେ ବ୍ରେକ ଲାଗିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ । ଆଜି(ସୋମବାର) ରାଜ୍ୟରେ ଆଉ ୬୬ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୬୫୦୧କୁ ବୃଦ୍ଧି ପାଇଛି ।

ଆଜିର ମୃତକଙ୍କୁ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ ଜଣ ରହିଛନ୍ତି । ସେହିପରି କଟକ ଜିଲ୍ଲାରୁ ୧୩ ଜଣ ଥିବା ବେଳେ ସମ୍ବଲପୁରରୁ ୮, ବରଗଡ଼ରୁ ୭, ବଲାଙ୍ଗୀରରୁ ୩, ନୂଆପଡ଼ାରୁ ୨ ଏବଂ ଝାରସୁଗୁଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୧୩୧୫କୁ ବୃଦ୍ଧି ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫୫୮ଜଣଙ୍କ ଜୀବନ ଯାଇଛି ।

ଆଜି ରାଜ୍ୟରେ ହଜାର ତଳେ ରହିଛି ସଂକ୍ରମିତଙ୍କ ସଂଖ୍ୟା । ୮୮୬ଟି ନୂଆ କେସ୍ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୯ ହଜାର ୯୧୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୧ ହଜାର ୪୮୬ ଜଣ ଚିକିତ୍ସାଧୀନ ଅଛନ୍ତି।

ସଂକ୍ରମଣ କମିବା ରାଜ୍ୟବାସୀଙ୍କ ପାଇଁ ଶୁଭ ଖବର । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ତୃତୀୟ ଲହର ଆଶା ଆଶଙ୍କା ଭିତରେ ରହିଛନ୍ତି ରାଜ୍ୟବାସୀ । ମହାମାରୀର ମୁକାବିଲା କରିବାର ଅଛି ତେବେ ସତର୍କତା ହିଁ ଚାବି ବୋଲି ଭାବି ନେବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.