ETV Bharat / city

CORONA DEATH REPORT, ଆଖି ବୁଜିଲେ ଆଉ ୬୭ ଆକ୍ରାନ୍ତ - ମୃତ୍ୟୁ ସଂଖ୍ୟା

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୭ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୭୪୯୩କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ ୬୭ ଆକ୍ରାନ୍ତ
ଆଖି ବୁଜିଲେ ଆଉ ୬୭ ଆକ୍ରାନ୍ତ
author img

By

Published : Aug 24, 2021, 9:41 AM IST

ଭୁବନେଶ୍ବର: ରାଜ୍ୟରେ କମିବାର ନାଁ ନେଉନାହିଁ କୋରୋନା ମୃତ୍ୟୁ । ଦିନକୁ ଦିନ ଗଡିଚାଲିଛି ମୁଣ୍ଡ । ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୭ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୪୯୩କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଥିବା ବେଳେ ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮, ଯାଜପୁରରୁ ୬ , ବାଲେଶ୍ୱରରୁ ୫, ଅନୁଗୋଳ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାବାଦ ଭଦ୍ରକ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ କେନ୍ଦୁଝର, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ ରୋଗୀଙ୍କ ଜୀବନ ନେଇଛି ମହାମାରୀ କୋରୋନା ।

ଆଜି ୬୨୫ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ ୨ହଜାର 323 ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୯ ଲକ୍ଷ ୮୬ ହଜାର ୩୩୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮ ହଜାର ୪୪୩ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଦୈନିକ ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ମହାମାରୀ ସହିତ ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତା ହିଁ ଅସ୍ତ୍ର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.