ETV Bharat / city

CORONA DEATH REPORT: ଆଉ ୬୭ଜଣଙ୍କ ମୃତ୍ୟୁ

ଆଜି(ଗୁରୁବାର) ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ କୋରୋନାଜନିତ ମୃତ୍ୟୁସଂଖ୍ୟା ୬,୬୯୭କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଉ ୬୭ଜଣଙ୍କ ମୃତ୍ୟୁ
ଆଉ ୬୭ଜଣଙ୍କ ମୃତ୍ୟୁ
author img

By

Published : Aug 12, 2021, 9:52 AM IST

ଭୁବନେଶ୍ବର: ରାଜ୍ୟରେ ଥମୁନି କୋରୋନାଜନିତ ମୃତ୍ୟୁ ସଂଖ୍ୟା । ଆଜି(ଗୁରୁବାର) ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ କୋରୋନା ଜନିତ ମୃତ୍ୟୁସଂଖ୍ୟା ୬,୬୯୭କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୮ଜଣଙ୍କ ଜୀବନ ଯାଇଥିବା ବେଳେ ଖୋର୍ଦ୍ଧାରୁ ୧୧ଜଣ, ସମ୍ବଲପୁରରୁ ୯ଜଣ, ଯାଜପୁରରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାବାଦ କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ସୋନପୁର, ଢେଙ୍କାନାଳରୁ ୩ଜଣ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ସେହିପରି ବାଲେଶ୍ବର, ପୁରୀ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, ଜଗତସିଂହପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ା, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

ଦୈନିକ ସଂକ୍ରମଣ କମିଥିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ରିପୋର୍ଟ ଅନୁସାରେ ଦିନକୁ ୬୦ଜଣରୁ ଅଧିକ ଜଣଙ୍କ ଜୀବନ ଯାଉଛି । ସଂକ୍ରମଣ କମିଲେ ବି ମଧ୍ୟ ବିପଦ ଏବେ ବି ଟଳି ନାହିଁ । ମହାମାରୀର ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତାକୁ ହିଁ ମୁଖ୍ୟ ଚାବି କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.