ETV Bharat / city

STATE DEATH REPORT; ଆଜି ଆଉ ୬୯ ଆକ୍ରାନ୍ତ ମୃତ

author img

By

Published : Aug 27, 2021, 10:24 AM IST

ଆଜି(ଶୁକ୍ରବାର) ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଜି ଆଉ ୬୯ ଆକ୍ରାନ୍ତ ମୃତ
ଆଜି ଆଉ ୬୯ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନାହିଁ କୋରୋନାଜନିତ ମୃତ୍ୟୁ । ଦିନକୁ ଦିନ ରାଜ୍ୟରେ ଗଡି ଚାଲିଛି ମୁଣ୍ଡ । ଆଜି(ଶୁକ୍ରବାର) ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୩୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁରରୁ ୯ ଓ ଢେଙ୍କାନାଳରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଯାଜପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡାରୁ ୩ଜଣ ଲେଖାଏଁ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାବାଦ ଅନୁଗୋଳ, ନବରଙ୍ଗପୁରରୁ ୨ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଥିବାବେଳେ ଭଦ୍ରକ,କେନ୍ଦୁଝର ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ୮୧୬ ସଂକ୍ରମିତ ହୋଇଛନ୍ତି । ଦୈନିକ ସଂକ୍ରମଣ କମିଥିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ରିପୋର୍ଟ ଅନୁସାରେ ଦିନକୁ ୬୦ଜଣରୁ ଅଧିକ ଜଣଙ୍କ ଜୀବନ ଯାଉଛି । ସଂକ୍ରମଣ କମିଲେ ବି ମଧ୍ୟ ବିପଦ ଏବେ ବି ଟଳି ନାହିଁ । ମହାମାରୀର ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତାକୁ ହିଁ ମୁଖ୍ୟ ଚାବି କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.