ETV Bharat / city

STATE CORONA DEATH; ଆଜି ଆଖି ବୁଜିଲେ ଆଉ ୬୯ ଆକ୍ରାନ୍ତ

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୨୩ ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ଆଖି ବୁଜିଲେ ଆଉ 6୯ ଆକ୍ରାନ୍ତ
ଆଖି ବୁଜିଲେ ଆଉ 6୯ ଆକ୍ରାନ୍ତ
author img

By

Published : Aug 3, 2021, 11:38 AM IST

Updated : Aug 3, 2021, 1:53 PM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ମୃତ୍ୟୁର ତାଣ୍ଡବ । ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଖୋର୍ଦ୍ଧାରୁ ସର୍ବାଧିକ ୨୩ ଜଣଙ୍କ ଜୀବନ ଯାଇଛି ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ୩ ଲେଖାଏ , ବଲାଙ୍ଗିର, ନୟାଗଡ଼ରେ ଜଣେ ଲେଖାଏଙ୍କ ମୃତ୍ୟୁ ହୋଇଛି। ଏହାବାଦ କଟକରୁ ୯, ଢେଙ୍କାନାଳରୁ ୨, ଗଞ୍ଜାମରୁ ୨ , ଜଗତସିଂହପୁରରୁ ୩, ଯାଜପୁରରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୬, ପୁରୀରୁ ୭ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଏହା ସହିତ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୬୧୦୨କୁ ବୃଦ୍ଧି ବୃଦ୍ଧି ହୋଇଛି । ରାଜ୍ୟରେ ଆଜି ୧୧୨୯ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ କେସ୍ ଆସିବା ପରେ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୦ ହଜାର ୮୬୬ରେ ପହଞ୍ଚିଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୬୦ ହଜାର ୩୮୬ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି ବି ୧୫ଶହ ତଳେ ରହିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ତେଣୁ ଲୋକଙ୍କୁ ସତର୍କ ରହିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 3, 2021, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.