ETV Bharat / city

STATE CORONA DEATH; ଆଉ ୬୯ ଆକ୍ରାନ୍ତ ମୃତ

author img

By

Published : Jul 28, 2021, 9:54 AM IST

ଆଜି ରାଜ୍ୟରେ ଆଉ 69 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା 5703କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

ଆଉ ୬୯ ଆକ୍ରାନ୍ତ ମୃତ
ଆଉ ୬୯ ଆକ୍ରାନ୍ତ ମୃତ

ଭୁବନେଶ୍ବର: ରାଜ୍ୟରେ କମୁନାହିଁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଦିନକୁ ଦି ଗଡି ଚାଲିଛି ମୁଣ୍ଡ । ଆଜି ରାଜ୍ୟରେ ଆଉ 69 ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା 5703କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦, ଅନୁଗୋଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡ଼ାରୁ ୫, କନ୍ଧମାଳରୁ ୩, ବରଗଡ଼, ପୁରୀ, ସମ୍ବଲପୁରରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି, ବଲାଙ୍ଗୀରରୁ ୨, କଟକ, ଭଦ୍ରକ, ଜଗତସିଂହପୁର,ନୟାଗଡ଼, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି।

ରାଜ୍ୟରେ ସଂକ୍ରମଣରେ ହ୍ରାସ ଘଟିଛି । ଆଜି ୨ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ହେଲେ କିଛି ଦିନ ହେବ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ଦୈନିକ 60 ଜଣରୁ ଊର୍ଦ୍ଧ୍ବ ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ୧୭୦୩ଟି ନୂଆ କେସ୍ ସହିତ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷ 72 ହଜାର 517ରେ ପହଞ୍ଚିଛି । ସଂକ୍ରମଣ ହାର କମିଲେ ବି ବିପଦ ଟଳିନାହିଁ । ରାଜ୍ୟରେ କଟକଣା କୋହଳ କରାଯାଇଛି ସତ ହେଲେ ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.