ETV Bharat / city

STATE CORONA DEATH; ଆଉ ୬୯ ମୃତ, ଖୋର୍ଦ୍ଧାରେ ହଜାର ଟପିଲା - death report

ଆଜି(ଶୁକ୍ରବାର) ଆଉ ୬୯ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୬ଜଣଙ୍କ ମୃ୍ତ୍ୟୁ ହୋଇଥିବାବେଳେ ଜିଲ୍ଲରେ ହଜାର ପାର କରିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

ଆଉ ୬୯ ମୃତ, ଖୋର୍ଦ୍ଧାରେ ହଜାର ଟପିଲା
ଆଉ ୬୯ ମୃତ, ଖୋର୍ଦ୍ଧାରେ ହଜାର ଟପିଲା
author img

By

Published : Jul 23, 2021, 10:11 AM IST

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନାହିଁ କୋରୋନା ଜନିତ ମୃତ୍ୟୁ । ଆଜି(ଶୁକ୍ରବାର) ଆଉ 69ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୬ଜଣଙ୍କ ମୃ୍ତ୍ୟୁ ହୋଇଥିବାବେଳେ ଜିଲ୍ଲରେ ହଜାର ପାର କରିଛି ମୃତ୍ୟୁ ସଂଖ୍ୟା ।

ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ 10ଜଣ, ସମ୍ବଲପୁରରୁ 7, କେନ୍ଦ୍ରାପଡ଼ାରୁ 6, ବରଗଡ଼ରୁ 5, ସୁନ୍ଦରଗଡ଼ରୁ 4, ବଲାଙ୍ଗୀର, ଝାରସୁଗୁଡ଼ା, ରାୟଗଡ଼ା ଓ କନ୍ଧମାଳରୁ 2 ଜଣ ଲେଖାଏଁ ଏବଂ ଢେଙ୍କାନାଳ, ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ଖୋର୍ଦ୍ଧାରେ ମୋଟ ମୃତ୍ୟୁସଂଖ୍ୟା 1003କୁ ବୃଦ୍ଧି ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ 5,377କୁ ବୃଦ୍ଧି ହୋଇଛି ମୃତ୍ୟୁସଂଖ୍ୟା ।

ଆଜି ବି ରାଜ୍ୟରେ ଦୁଇ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9 ଲକ୍ଷ 63 ହଜାର 851ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 9 ଲକ୍ଷ 39 ହଜାର 160 ଜଣ ସୁସ୍ଥ ହୋଇସାରିଛନ୍ତି । 19 ହଜାର 261 ଜଣ ଚିକିତ୍ସାଧୀନ ରହିଛନ୍ତି । ସଂକ୍ରମଣ କମିଛି ହେଲେ ବିପଦ ଟଳିନାହିଁ । ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ଅଗଷ୍ଟ ପହିଳା ଯାଏଁ ଆଂଶିକ କଟକଣା ବଳବତ୍ତର ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.