ETV Bharat / city

କମୁନି କୋରୋନା ମୃତ୍ୟୁ ତାଣ୍ଡବ, ଆଉ ୬୫ ଆକ୍ରାନ୍ତ ମୃତ - corona

ଆଜି(ଗୁରୁବାର) ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଆଉ ୬୫ ଆକ୍ରାନ୍ତ ମୃତ
ଆଉ ୬୫ ଆକ୍ରାନ୍ତ ମୃତ
author img

By

Published : Aug 11, 2021, 9:51 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନାହିଁ ମୃତ୍ୟୁ । ଦିନକୁ ଦିନ ରାଜ୍ୟରେ ଗଡି ଚାଲିଛି ମୁଣ୍ଡ । ଆଜି(ଗୁରୁବାର) ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ତଥ୍ୟ ମିଳିଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୬,୬୩୦କୁ ବୃଦ୍ଧି ହୋଇଛି ।

ଆଜିର ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୨, ନୟାଗଡ଼ରୁ ୬, ଅନୁଗୁଳରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରୁ ୩ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଥିବା ବେଳେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହାବାଦ ବରଗଡ଼, ଯାଜପୁର, କଳାହାଣ୍ଡି, ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦୈନିକ ସଂକ୍ରମଣ କମିଥିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନାହିଁ । ରିପୋର୍ଟ ଅନୁସାରେ ଦିନକୁ ୬୦ଜଣରୁ ଅଧିକ ଜଣଙ୍କ ଜୀବନ ଯାଉଛି । ସଂକ୍ରମଣ କମିଲେ ବି ମଧ୍ୟ ବିପଦ ଏବେ ବି ଟଳି ନାହିଁ । ମହାମାରୀର ମୁକାବିଲା କରିବାକୁ ହେଲେ ସଚେତନତା ଓ ସତର୍କତାକୁ ହିଁ ମୁଖ୍ୟ ଚାବି କରିବାକୁ ପଡିବ ।

ବ୍ଯୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.