ETV Bharat / city

Odisha Corona Death; ଦିନକରେ ଗଲା ଆଉ 7 ଜୀବନ

ଗୋଟେ ପଟେ ସଂକ୍ରମଣ କମୁଛି ତ ଗୋଟେପଟେ ବଢୁଛି ମୃତ୍ୟୁସଂଖ୍ୟା । ଦିନେ ବଢିଲେ ଦିନେ କମୁଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଦିନ ହେବ ମୃତ୍ୟୁସଂଖ୍ୟା ୬ରେ ରହିଥିବା ବେଳେ ଆଜି ରାଜ୍ୟରେ (ବୁଧବାର) ଆଉ ୭ଜଣଙ୍କ ଜୀବନ ନେଇଛି ମହାମାରୀ । ଅଧିକ ପଢନ୍ତୁ...

Odisha Corona Death; ଗଲା ଆଉ 7 ଜୀବନ
Odisha Corona Death; ଗଲା ଆଉ 7 ଜୀବନ
author img

By

Published : Oct 13, 2021, 12:00 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ଗୋଟେ ପଟେ ସଂକ୍ରମଣ କମୁଛି ତ ଅନ୍ୟପଟେ ବଢୁଛି ମୃତ୍ୟୁସଂଖ୍ୟା । ଦିନେ ବଢିଲେ ଦିନେ କମୁଛି ମୃତ୍ୟୁସଂଖ୍ୟା । ଲଗାତାର ଦୁଇଦିନ ହେବ ମୃତ୍ୟୁସଂଖ୍ୟା ୬ ରେ ରହିଥିବାବେଳେ ଆଜି ରାଜ୍ୟରେ (ବୁଧବାର) ଆଉ ୭ଜଣଙ୍କ ଜୀବନ ନେଇଛି ମହାମାରୀ ।

ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ୨ଜଣ ରୋଗୀଙ୍କ ଜୀବନ ଯାଇଥିବାବେଳେ ଗଞ୍ଜାମ ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧,୫୨୨କୁ ବୃଦ୍ଧି ପାଇଥିବା ବେଳେ ଜଗତସିଂହପୁରରେ ୩୧୦, ଯାଜପୁରରେ ୧୭୦ ଓ ସୁନ୍ଦରଗଡ ୫୮୫ରେ ପହଞ୍ଚିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ୨୬୮ରେ ପହଞ୍ଚିଛି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୫ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬୮ ବର୍ଷରୁ କମ୍ ବର୍ଗର ୬୨ ଜଣ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୨୮୮ କୁ ବୃଦ୍ଧି ପାଇଛି । କିଛିଦିନ ହେବ ସଂକ୍ରମଣ କମିଥିଲେ ମଧ୍ୟ ପୁଣି ବଢିଛି । ଆଗକୁ ତୃତୀୟ ଲହର ବିପଦ ସଙ୍କେତ ଦେଖିବାକୁ ମିଳିଲାଣି । ଏପଟେ ସ୍ମାର୍ଟ ସିଟିକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍‌ । ଶୀତଋତୁ ଥିବାରୁ ସଂକ୍ରମଣ ବୃଦ୍ଧି ହେବା ସମ୍ଭାବନା ରହିଛି । ଏନେଇ ଅଧିକରୁ ଅଧିକ ସଚେତନତା ଅବଲମ୍ବନ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.