ETV Bharat / city

କୋରୋନା କୋପ; ଦିନକରେ ଗଲା 19 ଜୀବନ

author img

By

Published : May 9, 2021, 10:12 AM IST

ଦିନକରେ ରାଜ୍ୟରେ ପୁଣି ଆଉ 19 ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

ଦିନକରେ ଗଲା 19ଜୀବନ
ଦିନକରେ ଗଲା 19ଜୀବନ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସହିତ ବଢି ଚାଲିଛି ମୃତ୍ୟୁସଂଖ୍ୟା । ଦିନକରେ ରାଜ୍ୟରେ ଆଉ 19 ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

19ଜଣ ମୃତକଙ୍କ ମଧ୍ୟରେ ଅନୁଗୋଳରୁ ଜଣେ 47ବୟସ୍କ ପୁରୁଷ, ବଲାଙ୍ଗୀରରୁ 61 ବର୍ଷୀୟ ପୁରୁଷ, ଭୁବନେଶ୍ବରରୁ 77ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲାବେଳେ ଖୋର୍ଦ୍ଧାରୁ ଜଣେ 71ବର୍ଷୀୟ ବୃଦ୍ଧା ଓ ଜଣେ 56 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରୁ 45ବର୍ଷୀୟ ଓ 35ବର୍ଷୀୟ ଓ 43ବର୍ଷୀୟ ତିନିଜଣ ପୁରୁଷ ଆଖି ବୁଜିଛନ୍ତି ।

ସେହିପରି ପୁରୀରୁ ଜଣେ 62ବର୍ଷୀୟ ଜଣେ ମହିଳା, ରାୟଗଡାକୁ ଜଣେ 46 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 38ବୟସର ଜଣେ ପୁରୁଷ,ସୁବର୍ଣ୍ଣପୁରରୁ 22ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ଜଣେ 28 ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି ।

ସେହିପରି ଭଦ୍ରକରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତି, ଗଞ୍ଜାମ, ଯାଜପୁରର ଓ ଝାରସୁଗୁଡାରୁ ଜଣେ ଲେଖାଏଁ କୋରୋନାରେ ଜୀବନ ହାରିଛନ୍ତି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ 2181ଜଣଙ୍କ ଜୀବନ ନେଲାଣି ମହାମାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.