ETV Bharat / city

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ତପସ୍ବିନୀ ଏକ୍ସପ୍ରେସରେ LHB କୋଚ ପାଇଁ କଲେ ଅପିଲ୍ - ରେଳମନ୍ତ୍ରୀଙ୍କୁ ଚିଠି

ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସକୁ LHB କୋଚରେ ପରିଣତ ପାଇଁ ରେଳମନ୍ତ୍ରୀଙ୍କୁ ନିବେଦନ । ଚିଠି ଲେଖି ଅପିଲ କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ତପସ୍ବିନୀ ଏକ୍ସପ୍ରେସରେ LHB କୋଚ ପାଇଁ କଲେ ଅପିଲ୍
ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସକୁ LHB କୋଚରେ ପରିଣତ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
author img

By

Published : Oct 6, 2021, 10:49 AM IST

Updated : Oct 6, 2021, 11:22 AM IST

ଭୁବନେଶ୍ବର: ପୁରୀ-ହାଟିଆ ତପସ୍ବିନୀ ଏକ୍ସପ୍ରେସକୁ LHB କୋଚରେ ପରିଣତ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି । ଏହି ଚିଠି ଲେଖିଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସକୁ ଲିଙ୍କ ହଫମେନ୍ ବୁଶ (LHB ) କୋଚରେ ପରିଣତ କରିବା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପତ୍ର ଜରିଆରେ ନିବେଦନ କରିଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଓଡ଼ିଶା ଗସ୍ତରେ ସେ ଭୁବନେଶ୍ବରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସରେ ଯାତ୍ରା କରିଥିଲେ ଏବଂ ଏହି ସମୟରେ ଅନେକ ସହଯାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ଯାତ୍ରୀମାନେ ଏହି ଟ୍ରେନରେ LHB କୋଚ ଆରମ୍ଭ କରିବା ପାଇଁ ଦୀର୍ଘ ଦିନର ଦାବି ଥିବା ଜଣାଇଥିଲେ ।

ସୂଚନାଥାଉକି, ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ରେନ୍ ଯୋଗେ ସମ୍ବଲପୁର ରେଢାଖୋଲ ଗସ୍ତ କରି ସେଠାରେ ସେ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପରେ ଅନୁଗୋଳ ବାମୁର ଗସ୍ତ କରି ‘ଗାନ୍ଧୀ ପଦଯାତ୍ରା’ରେ ସାମଲ ହୋଇଥିଲେ । ଉନ୍ନବିଂଶ ଶତାବ୍ଦୀରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଲୋକପ୍ରିୟ ମହାକାବ୍ୟ ତପସ୍ବିନୀ ନାମରେ ଏହି ଟ୍ରେନକୁ ନାମିତ କରାଯାଇଥିଲା । ଏହି ଟ୍ରେନ୍ ୧୯୯୬ ମସିହାରୁ ପୁରୀ , ଖୋର୍ଦ୍ଧା ରୋଡ଼ , ଭୁବନେଶ୍ବର, କଟକ, ଢେଙ୍କାନାଳ, ତାଳଚେର, ଅନୁଗୋଳ, ରେଢ଼ାଖୋଲ , ସମ୍ବଲପୁର, ଝାରସୁଗୁଡ଼ା , ରାଜଗାଙ୍ଗପୁର, ରାଉରକେଲା, ନୂଆଗାଁ ଏବଂ ହାଟିଆ ଦେଇ ଓଡ଼ିଶା ଏବଂ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ବେଳେ ଏଥିରେ ଅଧିକ ଯାତ୍ରୀ ଦୂର ବାଟ ଯାତ୍ରା କରୁଛନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଆହୁରିମଧ୍ୟ, ନିକଟରେ ନୂଆ ଅତ୍ୟାଧୁନିକ ଏଲଏଚବି ରେଜ ସହ ଭୁବନେଶ୍ବର ଜଗଦଲପୁର-ଭୁବେନଶ୍ଵର ସ୍ଵତନ୍ତ୍ର ହୀରାଖଣ୍ଡ ଏକ୍ସପ୍ରେସକୁ ଉଭୟଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଛି । LHB ରେକରେ ଆରାମଦାୟକ ଯାତ୍ରା ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି କୋଚ ଅଧିକ ଯାତ୍ରୀ ବସିବା କ୍ଷମତା ବିଶିଷ୍ଟ ଏବଂ ଏଥିରେ କମ୍ ଶବ୍ଦ ସହ ଉଚ୍ଚ କ୍ଷମତା ସମ୍ପନ୍ନ କୁଲିଂ ସୁବିଧା ଭଳି ଆନୁସଙ୍ଗିକ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ତପସ୍ବିନୀ ଏକ୍ସପ୍ରେସରେ LHB କୋଚ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବରେ ଆରାମଦାୟକ ଯାତ୍ରା କରିପାରିବେ । ତେଣୁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ତଥା କଲ୍ୟାଣକୁ ଦୃଷ୍ଟି ରଖି ପୁରୀ ହାଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସକୁ LHB ରେକରେ ପରିଣତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 6, 2021, 11:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.