ଭୁବନେଶ୍ବର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଏବେ ଜାରି ରହିଛି ଲକଡାଉନ । ତେବେ ଏହି ସମୟରେ ଦୋକାନ ବଜାର ଗୁଡିକୁ କିଛି ସମୟ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ସଭା, ସମିତି, ହୋଟେଲ, ବାର, ଜିମ୍ ଆଦି ବନ୍ଦ ରହିଛି ।
ତେବେ ଦୀର୍ଘ ଦିନ ଧରି ଜିମ୍ ଗୁଡିକ ବନ୍ଦ ଥିବାରୁ ଜିମ୍ ଗୁଡିକର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ଜିମ୍ ଗୁଡିକୁ ଆର୍ଥିକ ସହାୟତା ଦେବା ସହ ଜିମ ପୁଣି ଖୋଲିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ଓଡିଶା ଜିମ୍ ଆସୋସିଏସନ ।
ଏଥିସହ ବିଦ୍ୟୁତ୍ ସେବା ଓ ଘର ଭଡା ଜିମ୍ ଗୁଡିକ ପାଇଁ କୋହଳ କରିବା ସହ ଜିମ୍ ଟ୍ରେନର ମାନଙ୍କୁ କିଛି ସହାୟତା ଯୋଗାଇବାକୁ ମଧ୍ୟ ଦାବି ହୋଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ