ଭୁବନେଶ୍ବର: ସାରା ବିଶ୍ବରେ କୋରୋନା ମାହାମରୀ ଆତଙ୍କ ଖେଳାଇ ଥିବାବେଳେ ଏହାର ପ୍ରତିରୋଧ କରିବା ପାଇଁ ଆଗ ଧାଡିରେ ରହି ସମାଜ ପାଇଁ କାର୍ଯ୍ୟ କରୁଥିବା ସମୂହ ଓ ବ୍ୟକ୍ତିବିଶେଷ ଯେପରିକି ଡାକ୍ତର, ନର୍ସ , ପୋଲିସ, ମିଡିଆ କର୍ମୀ ଆଦିଙ୍କୁ କୋରୋନା ଯୋଦ୍ଧା ଭାବେ ସରକାର ଘୋଷଣା କରିଛନ୍ତି।
ଏଥିସହିତ ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଘୋଷଣା କରିଛନ୍ତି। ତେବେ ପ୍ରତ୍ୟେକ ଦିନ ଲୋକମାନଙ୍କ ପାଇଁ 24 ଘଣ୍ଟା ସେବା ଯୋଗାଉ ଥିବା ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଏହି ମହାମାରୀ ସମୟରେ କାର୍ଯ୍ୟ କରୁଛନ୍ତି।
କିନ୍ତୁ ରାଜ୍ୟ ସରକାର ଏହି କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା ଭାବେ ତାଙ୍କ କାର୍ଯ୍ୟକୁ ସ୍ବୀକୃତି ଦେବାରେ କୁଣ୍ଠାବୋଧ କରୁଛନ୍ତି। କୋରୋନାରେ ମୃତ୍ୟବରଣ କରୁଥବା ଏହି କର୍ମଚାରୀଙ୍କ ପରିବାରକୁ କୌଣସି ପ୍ରକାର ସହାୟତା ମଧ୍ୟ ପ୍ରଦାନ କରାଯାଉନାହିଁ। ତେଣୁ ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସଙ୍ଘ ନିଜର କ୍ଷୋଭ ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଥିବା କହିଛନ୍ତି ଏହାର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି।
ଏପରିକି ଏହି ଅନ୍ୟଙ୍କ ପାଇଁ ସୁବିଧା ଯୋଗାଇବାକୁ ଯାଇ ଅନେକ କର୍ମଚାରୀ କୋରୋନା ଦ୍ବାରା ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। ଇତିମଧ୍ୟରେ ଏହି ବିଭାଗର 3ଜଣ କର୍ମଚାରୀଙ୍କର ମଧ୍ୟ କୋରୋନାରେ ମୃତ୍ୟବରଣ କରିବା ସହ ଏବେ ମଧ୍ୟ ଅନେକ କର୍ମଚାରୀ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି।
ନଚେତ ଆଗାମୀ ଦିନରେ ସରକାରଙ୍କୁ ସଙ୍ଘ ପକ୍ଷରୁ ଅସହଯୋଗ କରାଯିବା ସହ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ