ETV Bharat / city

ଦୁର୍ନୀତିରେ ବୁଡି ରହିଛନ୍ତି ପ୍ରଧାନଶିକ୍ଷକ ! ବହିଷ୍କାର ଦାବି କଲା ଶିକ୍ଷକ ସଂଘ

ବିଦ୍ୟାଳୟର ଅର୍ଥ ହଡପ ଓ ତଳିଆ କର୍ମଚାରୀଙ୍କ ଉପରେ ଅତ୍ୟାଚାର କରିବା ଅଭିଯୋଗ । ପ୍ରଧାନ ଶିକ୍ଷକଙ୍କ ବହିଷ୍କାର ଦାବି କଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ..

author img

By

Published : Aug 1, 2021, 9:56 AM IST

ପ୍ରଧାନଶିକ୍ଷକଙ୍କ ବହିଷ୍କାର ଦାବି
ପ୍ରଧାନଶିକ୍ଷକଙ୍କ ବହିଷ୍କାର ଦାବି

ଭୁବନେଶ୍ବର: ବିଦ୍ୟାଳୟର ଅର୍ଥ ହଡପ ଓ ତଳିଆ କର୍ମଚାରୀଙ୍କ ଉପରେ ଅତ୍ୟାଚାର କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ବହିଷ୍କାର ଦାବି କରାଯାଇଛି । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲାର ବାରଦା ବାଦଳପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବଡଜେନାଙ୍କ ନାଁରେ ଆସିଛି । ଆଉ ଏଭଳି ଅଭିଯୋଗ କରିଛନ୍ତି କଣାସ ଅଞ୍ଚଳବାସୀ । ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଯୋଜନାକୁ ବାଟମାରଣା କରିବା ସହ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଛନ୍ତି।

ପ୍ରଧାନଶିକ୍ଷକଙ୍କ ବହିଷ୍କାର ଦାବି

ଖାଲି ସେତିକି ନୁହେଁ ସରକାରଙ୍କ ତରଫରୁ ପରୀକ୍ଷା ଫି ଛଡା ହୋଇଥିଲେ ମଧ୍ୟ ତାହାକୁ ନ ଫେରେଇ ଆତ୍ମସାତ କରୁଛନ୍ତି ଶିକ୍ଷକ । ଏପରିକି ମୋ ସ୍କୁଲଲ ଅଭିଯାନର ଅର୍ଥକୁ ଆତ୍ମସାତ କରିବାକୁ ପଛାଉ ନାହାନ୍ତି ଶିକ୍ଷକ । ତେଣୁ ଏଭଳି ଏକ ଦୁର୍ନୀତିଗସ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ୫ଟି ବିଭାଗର ଅନ୍ୟ ଶିକ୍ଷକଙ୍କ ସହ ଅଞ୍ଚଳବାସୀ ଦାବି କରିଥିଲେ । ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ । ଏହାକୁ ନେଇ ଅଞ୍ଚଳବାସୀ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରୀ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।ଖୁବଶୀଘ୍ର ତାଙ୍କୁ ସ୍କୁଲରୁ ଅପସାରଣ କରିବା ସହ ଦୃଢ କର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.