ETV Bharat / city

ସତ୍ୟନଗର ଶ୍ମଶାନ ସ୍ଥାନାନ୍ତର ନେଇ ଜୋର ଧରିଲା ଦାବି

author img

By

Published : Jun 22, 2021, 10:52 PM IST

ଜୋର ଧରିଲା ସତ୍ୟନଗର ଶ୍ମଶାନ ସ୍ଥାନାନ୍ତର ଦାବି । ମହାମାରୀ କାଳରେ ଶହ ଶହ ମୃତଦେହ ଦାହ ହେଉଥିବା ଯୋଗୁଁ ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ କଲେ ସ୍ଥାନୀୟବାସୀ । ଅଧିକ ପଢନ୍ତୁ...

ସତ୍ୟନଗର ଶ୍ମଶାନ ସ୍ଥାନାନ୍ତର ନେଇ ଜୋର ଧରିଲା ଦାବି
ସତ୍ୟନଗର ଶ୍ମଶାନ ସ୍ଥାନାନ୍ତର ନେଇ ଜୋର ଧରିଲା ଦାବି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରସ୍ଥିତ ସତ୍ୟନଗରରେ ମୃତଦେହ ଦାହ ପାଇଁ ଦୀର୍ଘ ବର୍ଷ ହେବ ଶ୍ମଶାନ, କବରସ୍ଥାନ ଓ ସମାଧି ସ୍ଥଳୀ ରହିଛି । ମହାମାରୀ ସମୟରେ ଦୈନିକ ଶହ ଶହ ମୃତଦେହ ସତ୍କାର ପାଇଁ ଏହି ଶ୍ମଶାନକୁ ଆସୁଥିବାରୁ ପରିବେଶ ଦୂଷିତ ହେବା ସହ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳ ସମସ୍ୟା ସୃଷ୍ଟି ହେଉଛି । ସତ୍ୟନଗର ଉନ୍ନୟନ କମିଟି ଏନେଇ ମଙ୍ଗଳବାର ଅଭିଯୋଗ କରିଛି । ଏଥିସହ ଶ୍ମଶାନକୁ ଯଥାଶୀଘ୍ର ସ୍ଥାନାନ୍ତର କରିବାକୁ ଦାବି କରିଛି କମିଟି ।

ପରିବେଶ ଦୂଷିତ ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ଶ୍ମଶାନକୁ ସ୍ଥାନାନ୍ତର କରିବାକୁ ଏକ ଦସ୍ତଖତ ଅଭିଯାନ ପରେ ମଙ୍ଗଳବାର BMC କର୍ତ୍ତୃପକ୍ଷଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ସତ୍ୟନଗର ଓ ଶହୀଦ ନଗର ବାସିନ୍ଦା । 600 ସ୍ଥାନୀୟ ବାସିନ୍ଦାଙ୍କ ଦସ୍ତଖତ ସମ୍ମିଳିତ ଏକ ଦାବିପତ୍ର ବିଏମସି ଅତିରିକ୍ତ କମିଶନରଙ୍କୁ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ମଧ୍ୟ BMC ନିକଟରେ ଅନେକ ଥର ଦାବି କରାଯାଇଛି । ହେଲେ ବିଏମସି କୌଣସି ପ୍ରକାରର ସମାଧାନ କରୁନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସତ୍ୟନଗର ବିକାଶ ଓ ସାଂସ୍କୃତିକ ସୋସାଇଟି ।

ସେପଟେ ଦସ୍ତଖତ ସମ୍ମିଳିତ ଏକ ସ୍ମାରକପତ୍ର ସତ୍ୟନଗରବାସୀଙ୍କ ଠାରୁ ମିଳିଛି, ସ୍ଥିତି ଦେଖି ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି BMC କର୍ତ୍ତୃପକ୍ଷ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.